pakka

ପ୍ରଧାନ ଶିକ୍ଷକ ବରୁଣ ସୁନାଙ୍କ ଅବସର ଗ୍ରହଣ

bbehera
  • ଗ୍ରାମବାସୀଙ୍କ ଉଚ୍ଚସ୍ୱିତ ସମ୍ବର୍ଦ୍ଧନା

କଳାହାଣ୍ଡି, (ନରୋତ୍ତମ ସେଲମା) : ପୌରକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବରୁଣ କୁମାର ସୁନା ଶିକ୍ଷକତାରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ବର୍ଣ୍ଣାତ୍ୟ ପରିବେଶ ମଧ୍ୟରେ ବାଦ୍ୟନୃତ୍ୟ ସହ ଗ୍ରାମବାସୀ ତାଙ୍କୁ ଗ୍ରାମ ପରିକ୍ରମା କରିଥିଲେ । ପ୍ରତି ଦୁଆରରେ ତାଙ୍କୁ ବନ୍ଦାପନା କରିଥିଲେ ସ୍ଥାନୀୟ ଲୋକେ । ପରେ ତାଙ୍କ ବାସଭବନରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଓଡିଶା ସିଟି ପ୍ରାଥମିକ ଶିକ୍ଷକ ସଂଘ ରାଜ୍ୟ ସଭାପତି ପ୍ରଦୀପ କୁମାର ସାହୁ, ରାଜ୍ୟ ଉପଦେଷ୍ଠା ବିଜୟ କୁମାର ବିଶୋଇ, ଜିଲ୍ଲା ସଭାପତି ଭୁକ୍ରୁଟି ଗଉଡ, ସଂପାଦକ ଧନଞ୍ଜୟ ସାହୁ, ଅବସରପ୍ରାପ୍ତ ଶିକ୍ଷକ ସର୍ଗି ବାଗ, ଅନ୍ତର୍ଯ୍ୟାମୀ ସାହୁ, ସିଡୁଲ କାଷ୍ଟ ଫେଡେରେସନର ଯତିନ୍ଦ୍ର କର, ଛବିଲାଲ ନିଆଲ, ଉଚ୍ଛବ ବାଗ, ବନମାଳୀ ଦୀପ ସମାଜସେବୀ, ଦୟାନିଧି ସାହୁ ଓ ସରପଞ୍ଚ ଯଶୋସ୍ୱିନୀ ଧରୁଆ ଅତିଥି ଭାବେ ଯୋଗ ଦେଇଥିଲେ । ଏଚଏସ କୁମାର, ସରଜୁ କୁଅଁର, ଡା. ପ୍ରିତମ ସୁନା, ମଧୁସ୍ମିତା ପୁଟେଲ, ସୁ ଚିସ୍ମିତା ପୁଟେଲ, ସଙ୍ଗୀତ ପରିବେଷଣ କରିଥିଲେ । ବିଶିଷ୍ଟ କଳାକାର ମଧୁସୂଦନ ବାଗ ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରଣୟିନୀ, ଲିପସା, ଝରଣା, କମଳ, ବୈବସୂତ, ଅଗସ୍ତି ନନ୍ଦ, ରାଜେନ୍ଦ୍ର ସୁନା, ଡମ୍ବରୁ ରଣା, ଲୋଚନ ଭୋଇ ସହଯୋଗ କରିଥିଲେ । ପ୍ରକାଶ ଥାଉକି ଶ୍ରୀ ସୁନାଙ୍କ ସମେତ ତାଙ୍କ ସ୍ତ୍ରୀ ହେମବନ୍ତୀ ନନ୍ଦଙ୍କୁ ମଧ୍ୟ ଉପଢୌକନ ଦେଇ ଶହ ଶହ ଛାତ୍ରଛାତ୍ରୀ ଓ ଶୁଭେଚ୍ଛୁ ସମ୍ବର୍ଦ୍ଧିତ କରିଥିଲେ ।

jay balangir
Leave A Reply

Your email address will not be published.

11 − 10 =

error: Content is protected !!