pakka

ଅର୍ଦ୍ଧେନ୍ଦୁ ଦାସଙ୍କ ଗିରଫକୁ “ମେକ୍ ଇନ ଇଣ୍ଡିଆ ଆଣ୍ଡ ମିଡିଆ ପରିବାର” ପକ୍ଷରୁ ନିନ୍ଦା

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବଡ଼ ଖବରର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଆକ୍ରୋଶମୂଳକ ଭାବେ ରାତି ଅଧିଆ ଗିରଫ କରିବା ନେଇ “ମେକ୍ ଇନ ଇଣ୍ଡିଆ ଆଣ୍ଡ ମିଡିଆ ପରିବାର” ଡେଲାଙ୍ଗ ପକ୍ଷରୁ ନିନ୍ଦା କରାଯାଇଛି । ସତ୍ୟ ଖବର ପ୍ରକାଶ କରିବାରୁ ସରକାରଙ୍କ ଇଓଡ଼ବ୍ଲୁ ଜରିଆରେ ଯେଉଁଭଳି ତତ୍ପରତା ଦେଖାଇ ଉଦ୍ଦେଶ୍ୟମୂଳକ ଭାବେ ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ କରିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ମତ ପ୍ରକାଶ ପାଇଥିଲା । ସତ୍ୟକୁ ସାମ୍ନାକୁ ଆଣୁଥିବା ସାମ୍ବାଦିକଙ୍କ କଣ୍ଠରୋଧ କରାଯିବା ସହ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ଏହି ଘଟଣା କୁଠାରଘାତ କରିଛି ବୋଲି ମତ ପ୍ରକାଶ ପାଇଛି । ଗଣତନ୍ତ୍ର ପାଇଁ ଏହା ଶୁଭଙ୍କର ନୁହେଁ ବୋଲି “ମେକ୍ ଇନ ଇଣ୍ଡିଆ ଆଣ୍ଡ ମିଡିଆ ପରିବାର”ର ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡିଆ କହିଛନ୍ତି ।

jay balangir
Leave A Reply

Your email address will not be published.

2 × 1 =

error: Content is protected !!