ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ହାତୀବନ୍ଧା ହାଇସ୍କୁଲର କ୍ରୀଡ଼ା ଶିକ୍ଷକ ଭରତ ଚନ୍ଦ୍ର କାଣ୍ତ ଅବସର ଗ୍ରହଣ କରିଥିବା ବେଳେ ଏନେଇ ଏକ ବିଦାୟକାଳୀନ ସମ୍ୱର୍ଦ୍ଧନା ସଭା ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭୁବନେଶ୍ୱର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ୱର୍ଦ୍ଧନା ସଭାରେ ଅତିଥି ଭାବରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପର୍ଶୁରାମ ମେହେର, ପ୍ରମୋଦ କୁମାର ପଣ୍ତା, ଶିକ୍ଷକ ଲୋକେଶ୍ୱର ମେହେର, ହନୁମାନ ବେହେରା, ନବକିଶୋର ଆଚାର୍ଯ୍ୟ, କମଲ ପ୍ରସାଦ ମିଶ୍ର, ସିଆରସିସି କ୍ଷୀରସିନ୍ଧୁ ମେହେରଙ୍କ ସହ ବିଦାୟୀ ଶିକ୍ଷକ ଭରତ ଚନ୍ଦ୍ର କାଣ୍ତ ମଂଚାସୀନ ଥିଲେ । ଏହି ଅବସରରେ ଉପସ୍ଥିତ ଅତିଥି ଶ୍ରୀ କାଣ୍ତଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ୱର୍ଦ୍ଧିତ କରିଥିଲେ । ପ୍ରାରମ୍ଭରେ ଶିକ୍ଷୟିତ୍ରୀ ହିମାଦ୍ରୀ ମେହେର ସମସ୍ତଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ପ୍ରିତିଶ ପ୍ରଧାନ ଓ ଜୟନ୍ତ ରାଉତ ସହଯୋଗ କରିଥିବା ବେଳେ ଶେଷରେ ଚଂଦ୍ରମଣି ମେହେର ଧନ୍ୟବାଦ ଦେଇଥିଲେ ।

Prev Post