ବୈତରଣୀ ନଦୀପଠାରୁ ମଇଁଷିକୁ ଝାମ୍ଫିନେଲା କୁମ୍ଭୀର

ଆରଡି : ଚାନ୍ଦବାଲି ବ୍ଲକ ଆରଡି ନିକଟସ୍ଥ ମୁଆଁ ଗାଁ ନିକଟରେ ବୈତରଣୀ ନଦୀପଠାରୁ ଏକ ମଇଁଷିକୁ ଝାମ୍ପିନେଲା କୁମ୍ଭୀର । ସୂଚନା ମୁତାବକ ନଦୀପଠାରେ କିଛି ମଇଁଷି ଚରୁଥିବା ବେଳେ ଗୋଟିଏ ମଇଁଷି ନଦୀରେ ପାଣି ପିଇବାକୁ ଯାଇଥିଲା । ସେହି ସମୟରେ ନଦୀରେ ଥିବା ୧୪ଦ୧୫ଫୁଟ ଲମ୍ବର ଏକ କୁମ୍ଭୀର ମଇଁଷିଟିକୁ ଝାମ୍ଫି ନେଇଥିଲା । ଫଳରେ ଅନ୍ୟା ମଇଁଷି ମାନେ ଭୟରେ ସେଠାରୁ ଦୌଡି ଚାଲି ଯାଇଥିଲେ । ଉପସ୍ଥିତ ଥିବା ମଇଁଷି ମାଲିକମାନେ ମଇଁଷିଙ୍କର ଏପରି ଦୌଡ ଦେଖି ନଦୀ ପଠାକୁ ଆସିଥିଲେ । ହେଲେ ହିଂସ୍ର କୁମ୍ଭୀର ମଇଁଷିଟିକୁ ଦୀର୍ଘ ସମୟ ଧରି ନଦୀରେ ବୁଡାଇ ରଖିବା ପରେ ଛାଡି ଦେଇଥିଲା । ପରେ ନଦୀର କିଛି ଦୂରରୁ ମଇଁଷିକୁ ଉଦ୍ଧାର କରିଥିଲେ ମଧ୍ୟ ମଇଁଷିଟିର ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.