csstore

ଦେଓଗାଁ ହାଇସ୍କୁଲର ବରିଷ୍ଠ ହିନ୍ଦୀ ଶିକ୍ଷକ ବଳଦେବ ମାଝୀଙ୍କ ଅବସର ଗ୍ରହଣ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ବଳଦେବ ମାଝୀ ଗୁରୁବାର ଦିନ ଅବସର ଗ୍ରହଣ କରିଛନ୍ତି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅମରେଶ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଚୈତନ୍ୟ ସାହୁ, ପ୍ରତାପ ମିଶ୍ର, ଲକ୍ଷ୍ମୀ ନାରାୟଣ ପାଣିଗ୍ରାହୀ, ରାଜକୁମାର ବେରିଆ, ପଞ୍ଚାନନ ସାହୁ, ସୁନୀତା ମଲ୍ଲିକ, ଦେବାଶିଷ ବିଶ୍ଵାଳ, ଜିବର୍ଦ୍ଧନ ପଧାନ, ମଣି ରଣା, ଜିତେନ୍ଦ୍ର ପଟେଲଙ୍କ ସହ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଶ୍ରୀଯୁକ୍ତ ମାଝୀ ଜଣେ ଦାୟିତ୍ଵବାନ ଶିକ୍ଷକ ବୋଲି ସମସ୍ତ ଶିକ୍ଷକ ଭୂୟସୀ ପ୍ରଶଂସା କରିଥିଲେ । ଶ୍ରୀଯୁକ୍ତ ମାଝୀ ଦୀର୍ଘ ୩୪ବର୍ଷ ହେଲା ଦେଓଗାଁ ହାଇସ୍କୁଲରେ ଶିକ୍ଷକତା କରି ଆସୁଥିଲେ ।

jayashree
Leave A Reply

Your email address will not be published.