ନୀଳମଣୀ ପଟେଲଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ବଲାଙ୍ଗିରଠାରେ କାର୍ଯ୍ୟରତ ଡ୍ରାଫଟ୍‌ମ୍ୟାନ ନୀଳମଣି ପଟେଲଙ୍କୁ କାର୍ଯ୍ୟାଳୟ ପରିସରରେ ଏକ ଭାବବିହ୍ୱଳ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଅଧିକ୍ଷଣ ଯନ୍ତ୍ରୀ ଜଗନ୍ନାଥ ପାଣିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଉପଢୌକନ ପ୍ରଦାନ ସହ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଶ୍ରୀ ପଟେଲ ତା.୦୮.୧୦.୧୯୮୫ ମସିହାରେ ନକ୍ସା ଅଙ୍କନକାରୀ (ଥ୍ରେସର) ଭାବେ କାର୍ଯ୍ୟ ଆରମ୍ଭ କରି ତା.୩୦.୦୬.୨୦୨୨ ରେ ଡ୍ରାଫ୍‌ଟମ୍ୟାନ ଭାବେ ଅବସର ନେଲେ । ଦୀର୍ଘ ୩୭ ବର୍ଷ ଚାକିରି କାଳରେ ନିଜର ଦାୟିତ୍ୱପୂର୍ଣ୍ଣ ସମୟାନୁବର୍ତ୍ତୀ, ମିଷ୍ଟଭାଷୀ, ମେଳାପି ଓ ସୁସ୍ଥ ସହବସ୍ଥାନ ଗୁଣ ଯୋଗୁଁ ପ୍ରିୟପାତ୍ର ହୋଇଥିଲେ । ଏହି ସଭାକୁ ମୁଖତଃ ଖେମଡୁ ପଦ୍ମ, ସୁରଥ ପଟେଲ, ପ୍ରତାପ ପଟ୍ଟନାୟକ, ଥବିର ବାଗ, ଛନ୍ଦେଶ୍ୱର ବେହେରା ତଥା ସିରିଜନ ଅଫିସର ସମସ୍ତ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ ।

Leave A Reply

Your email address will not be published.

ten + 17 =