pakka

କିରିବାଞ୍ଜି ରିଜର୍ଭ ଫରେଷ୍ଟରେ ବିପୁଳ ପରିମାଣରେ କେନ୍ଦୁ କାଠ ଗଣ୍ଡି ଜବତ ସହ ୩ ଜଣଙ୍କୁ ଗିରଫ କରାଯାଇଥିବା ନେଇ ଡିଏଫ୍‌ଓଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପାଟଣାଗଡ ରେଞ୍ଜର କିରିବାଞ୍ଜି ରିଜର୍ଭ ଫରେଷ୍ଟରେ ଟିକ୍ରାପଡାର ବନ ବିଭାଗର କର୍ମଚାରୀମାନେ ଚଢାଉ କରି ୨୯ ଖଣ୍ଡ କେନ୍ଦୁ କାଠ ଗଣ୍ଡି ଜବତ କରିବା ସହ ୩ ଜଣଙ୍କୁ ଗିରଫ କରାଯାଇଥିବା ନେଇ ବଲାଙ୍ଗିର ଡିଏଫ୍‌ଓ ନିତିଶ କୁମାର ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ଛତିଶଗଡର ନିଆଜମୁଦ୍ଦିନ ଓ ବିନୋଦ କୁମାର ହୋଇଥିବା ବେଳେ ଅନ୍ୟ ଜଣେ ଜୁରାବନ୍ଧର ଚନ୍ଦ୍ରଶେଖର ଭୋଇ ବୋଲି ଜଣାପଡିଛି । ତେବେ ଏହି ଘଟଣାକୁ ନେଇ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଚାଲୁଥିବା ନେଇ ବଲାଙ୍ଗିର ଡିଏଫ୍‌ଓ ନିତିଶ କୁମାର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

20 + 17 =