csstore

ହରିଶଙ୍କର ଉଦ୍ୟାନ କୃଷି ଫାର୍ମ ଠାରେ କୃଷି ମେଳା ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ଉଦ୍ୟାନ କୃଷି ଫାର୍ମ ହରିଶଙ୍କର ଠାରେ ବଲାଙ୍ଗିର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ ଉଦ୍ୟମରେ ତୃତୀୟ ପର୍ଯ୍ୟାୟ କୃଷି ମେଳା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏଡ଼ିଓ ଗୌରେନ୍ଦ୍ରନାଥ ସିଂ, ଏଡ଼ିଏ ସୋଏଲଚେମିଷ୍ଟ ପ୍ରମୋଦ କୁମାର ସେଠୀ, ବିଭିଓ ସୁଜିତ ସତପଥୀ, ଏଏଓ ପାଟଣାଗଡ଼ ପିଙ୍କ ସେନ କର, ଓଏମ୍ଏମ୍‌ଡିସି ଜୋସବନ୍ତ ନାଏକ, ଜୋଶବନ୍ତ ସାହୁ, ନାନ୍ଦୁପଳା ସରପଞ୍ଚ ନୀଳାଦ୍ରି ପୁଝାରି, ଏଏଓ ଖପ୍ରାଖୋଲ ସୁଜିତ କୁମାର ଭୋଇ ଥିବାବେଳେ ଏମ୍‌ବିଏ ଛାତ୍ରୀ ସ୍ମିତା ସେଠି, ଅପର୍ଣ୍ଣା ସାହୁ, ବିଏଓ ଖପ୍ରାଖୋଲ ଡମ୍ବୁରୁ ମେହେର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ମୂର୍ତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷା କିପରି କରାଯିବ ତାହା ଉପରେ ଵିଶେଷ ଆଲୋଚନା ହୋଇଥିଲା । ଶେଷରେ ସ୍ୱୟଂ ସହାୟିକା ଦଳମାନଙ୍କୁ ଚାଷ ପାଇଁ ବିହନ ୧୦ ହଜାର ଟଙ୍କା ବିନା ଇନ୍‌ଣ୍ଟ୍ରେସରେ ସହାୟତା ରାଶି ଦିଆଯାଇଥିଲା ।

jayashree
Leave A Reply

Your email address will not be published.