ସଡକ ଦୁର୍ଘଟଣା, ବାଇକ୍ ଆରୋହୀ ଗୁରୁତର

ରେଙ୍ଗାଲି : ସମ୍ବଲପୁର ରାଉରକେଲା ବିଜୁ ଏକ୍ସପ୍ରେସ ୱେର ଶାସନ ଥାନା ଅନ୍ତର୍ଗତ ଭାଲୁବାହଲ ଠାରେ ଏକ କାର ଧକ୍କାରେ ଜନୈକ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଥିବାର ଜଣାପଡିଛି । ସୂଚନାଯୋଗ୍ୟ ଯେ, ବୁଧବାର ଦିନ ରାତି ପ୍ରାୟ ୯ଟା ସମୟରେ ଘିଚାମୁରା ଗ୍ରାମର ରାଜେଶ ପଟେଲ ଏକ ବାଇକ ଯୋଗେ ଯାଉଥିବା ବେଳେ ଏକ ଏମ୍‌ଜି ହେକ୍ଟର ଗାଡି ଦୃତ ଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବୁର୍ଲା ଡାକ୍ତରଖାନା ପଠାଯାଇଛି । ଶାସନ ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଏମ ଜି ହେକ୍ଟର କାର୍ ଧକ୍କା ଦେଇଥିବାର ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।

Leave A Reply

Your email address will not be published.