କିର୍ତ୍ତୀପୁରଠାରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଦ୍ୱାରା ମହିମା ଛତୁ ଉତ୍ପାଦନ ଓ ତାଲିମ କେନ୍ଦ୍ର ଉଦ୍‌ଘାଟିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଅନ୍ତର୍ଗତ ମୟୁରଉଡାଣ ଗ୍ରାମ ପଞ୍ଚାୟତ କିର୍ତ୍ତୀପୁର ଗ୍ରାମ ଠାରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ମହିମା ଛତୁ ଉତ୍ପାଦନ ଓ ତାଲିମ କେନ୍ଦ୍ରକୁ ଶୁଭ ଉଦ୍‌ଘାଟନ କରିଛନ୍ତି । ଏକ୍ସନ ଏଡ଼ ଭୁବନେଶ୍ୱର ଓ ରେଆର ସୁବର୍ଣ୍ଣପୁରର ଆର୍ଥିକ ସହଯୋଗରେ କୀର୍ତ୍ତିପୁର ଗ୍ରାମର ୧୦ ଜଣ ମହିଳାଙ୍କ ଆନ୍ତରିକ ପ୍ରଚେଷ୍ଟାରେ ଆରମ୍ଭ ହୋଇଥିବା ମହିମା ଛତୁ ଉତ୍ପାଦନ ଓ ତାଲିମ କେନ୍ଦ୍ର ଉଦ୍‌ଘାଟନ ଅବସରରେ ମଂଚାସୀନ ଅତିଥି ବୃନ୍ଦ ସମ୍ପୃକ୍ତ ମହିଳାମାନଙ୍କୁ ଉତ୍ସାହିତ କରିବା ସହ ସେମାନେ ଯେପରି ସ୍ୱାବଲମ୍ବି ହୋଇ ନିରନ୍ତର କାର୍ୟ୍ୟ କରି ଜୀବନରେ ସଫଳତା ହାସଲ କରି ଜିଲ୍ଲାର ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହୋଇପାରିବେ ସେଥିପାଇଁ ଗୁରୁତ୍ୱାରୋପ କରିଛନ୍ତି । ଏହି ଉଦ୍‌ଘାଟନ ଅବସରରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସୂର୍ଯ୍ୟ ନାରାୟଣ ଦାଶ, ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ନିହାର ରଞ୍ଜନ କଁହର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଗୌରମଣି ହାଁସଦା, ସହ ନିର୍ଦ୍ଦେଶକ ଏକ୍ସନ ଏଡ଼ ଭୁବନେଶ୍ୱର ଦେବବ୍ରତ ପାତ୍ର, ନିର୍ଦ୍ଦେଶକ ଏସବିଆର ଏସଇଟିଆଇ ଅଜିନା ଟୁଡୁ, ରେଆର ପ୍ରତିଷ୍ଠାତା ଗୌରୀଶ୍ୟାମ ପଣ୍ଡା, ଏକ୍ସନ ଏଡ଼ ଭୁବନେଶ୍ୱରର ବିଏନ ଦୁର୍ଗା, ଶୁଭେନ୍ଦୁ ରାଏ, ଘାସିରାମ ପଣ୍ଡା, ରାକେଶ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ରେଆର ଆଜୀବନ ସଦସ୍ୟ କରମ ଚାନ୍ଦ ମହାନ୍ତି, କିର୍ତ୍ତୀପୁର ମହିମା ଛତୁ ଉତ୍ପାଦନ ଓ ତାଲିମ କେନ୍ଦ୍ରର ସଭାନେତ୍ରୀ ସୀତା ଝାଙ୍କର, ସାମ୍ପାଦିକା ଗୌରୀ ଝାଙ୍କର ଓ ସମସ୍ତ ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଅନୁଷ୍ଠିତ ସାଧାରଣ ସଭାକୁ ରେଆରର ସାଧାରଣ ସମ୍ପାଦକ ତଥା କାର୍ୟ୍ୟନିର୍ବାହୀ ଅଧିକାରୀ ଅନଙ୍ଗ ନେଗୀ ପରିଚାଳନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଧନୁର୍ଜୟ ନାଏକ, ସୁଦାମ ଗାଏଗାରିଆ, ସୁଶାନ୍ତ ସା, ଅଶୋକ ଝାଙ୍କର, ଝରଣା ପଟ୍ଟନାୟକ ଓ ଗାୟତ୍ରୀ ବହିଦାର ପ୍ରମୁଖ ଉପସ୍ଥିତ ହୋଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.