ଲାୟନ ଭୋକେସନାଲ ପବ୍ଲିକ ସ୍କୁଲଠାରେ ବଜ୍ରପାତରେ ଜଣେ ଶ୍ରମିକ ମୃତ, ଜଣେ ଗୁରୁତର

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଏନ୍‌ଏସି ଅନ୍ତର୍ଗତ ଲାୟନ ଭୋକେସନାଲ ପବ୍ଲିକ ସ୍କୁଲଠାରେ ସ୍କୁଲ କୋଠା ନିର୍ମାଣ କରୁଥିବା ସମୟରେ ବଜ୍ରପାତରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ମୃତ ଶ୍ରମିକ ଜଣକ ୭ ନମ୍ବର ୱାର୍ଡ ବଡପଡାର ଲିଙ୍କନ ସୁନା (୨୧) ହୋଇଥିବା ବେଳେ ପଶ୍ଚିମବଙ୍ଗାଲ ରାଜ୍ୟର ବାବୁଲୁ ସେଠ (୪୩) ଗୁରୁତର ହୋଇ ପାଟଣାଗଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସୂଚନା ଅନୁସାରେ, ଆଜି ସଂନ୍ଧ୍ୟା ୪ ଟା ସମୟରେ ଘଡଘଡି ସହ ପ୍ରବଳ ବର୍ଷା ହୋଇଥିଲା । ଲାୟନ ଭୋକେସନାଲ ପବ୍ଲିକ ସ୍କୁଲଠାରେ ସ୍କୁଲ କୋଠ କାମ କରୁଥିବା ଶ୍ରମିକମାନେ ପାଖରେ ଥିବା ଏକ ଶୌଚାଳୟକୁ ଲୁଚିବା ପାଇଁ ଯାଇଥିଲେ । ସେହି ସମୟରେ ହଠାତ୍ ବଜ୍ରପାତ ହେବାରୁ ଲିଙ୍କନ ଓ ବାବୁଲୁ ଉପରେ ବଜ୍ରପାତ ହୋଇଥିଲା । ଘଟଣା ସ୍ଥଳରେ ଲିଙ୍କନଙ୍କ ମୃତ୍ୟୁ ହୋଇଥିବା ବେଳେ ବାବୁଲୁଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଡାକ୍ତରଖାନାକୁ ଆଣିଥିଲେ । ବାବୁଲୁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଡାକ୍ତରଙ୍କ ଠାରୁ ଜଣାପଡିଛି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.

16 − 3 =