oom

ଗୋପବନ୍ଧୁଙ୍କ ୯୪ ତମ ଶ୍ରାଦ୍ଧ ଦିବସ ପାଳିତ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ପ୍ରେସ କ୍ଳବ ଓ ବରିଷ୍ଠ ପୌର ପରିଷଦର ମିଳିତ ଆନୁକୂଲ୍ୟରେ ବୁଧବାର ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମଧ୍ୟଖଣ୍ଡ ସାହି ନୋଡାଲ ସ୍କୁଲ ସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ସ୍କୁଲ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ୱାରା ଜାତୀୟ ସଂଗୀତ ଗାନ କରାଯାଇଥିଲା । ବରିଷ୍ଠ ପୌର ପରିଷଦ ସଭାପତି ଲିଙ୍ଗରାଜ ପଟ୍ଟନାୟକ, ସମ୍ପାଦକ ଗୌରାଙ୍ଗ ପାଢ଼ୀ, ପ୍ରେସ କ୍ଳବ ସଭାପତି ଶବର କୁମାର ତରାଇ, ଉପଦେଷ୍ଟା ଉମାକାନ୍ତ ବେହେରା, ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ଆର୍‌ ଭାଗ୍ୟ ରେଡ଼ି, ପୂର୍ବତନ ସରପଞ୍ଚ ଗୋବିନ୍ଦ ରେଡ଼ି, ହାଇସ୍କୁଲ କ୍ଲର୍କ ହରିହର ବାରିକ, ବୃନ୍ଦାବନ ପାଣିଗ୍ରାହୀ, ବ୍ରଜ ସୁନ୍ଦର ପାଣିଗ୍ରାହୀ, ଆଇନଜୀବୀ ଶ୍ୟାମ ସୁନ୍ଦର ରାଓ, ଶିକ୍ଷକ ଭବାନୀ ଶଙ୍କର ପଟ୍ଟନାୟକ, ପ୍ରେସ କ୍ଳବ ସହ ସମ୍ପାଦକ ନିରଞ୍ଜନ ପରିଡା, କୋଷାଧ୍ୟକ୍ଷ ପ୍ରଦୀପ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସ୍ମୃତି ଚରଣ କରିଥିଲେ ।

jittmm
Leave A Reply

Your email address will not be published.