pakka

ପାଇକମାଲରେ ଆତଙ୍କବାଦ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜସ୍ଥାନର ଉଦୟପୁରରେ ଜଣେ ହିନ୍ଦୁ ଟେଲର ଭାଇ ନୁପୁର ଶର୍ମାଙ୍କୁ ସମର୍ଥନ ଜଣାଇଥିବାରୁ ଇସଲାମ ଜେହାଦି, ଆତଙ୍ଗବାଦୀ ସେହି ହିନ୍ଦୁ ଭାଇଙ୍କୁ ନିର୍ମମ ହତ୍ୟା କରିଥିଲେ । ଏହି କୁକର୍ମକୁ ପଦ୍ମପୁରର ବଜରଙ୍ଗ ଦଳ ଘୋର ନିନ୍ଦା କରିବା ସହିତ ଦୃଢ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରି ଆତଙ୍ଗବାଦୀଙ୍କ କୁଶପୁତ୍ତଲିକା ଦାହ କରାଯାଇଥିଲା । ଏହା ସହିତ ସମସ୍ତ ବଜରଙ୍ଗୀ ଭାଇଙ୍କୁ ନିଜ ସ୍ଥାନରେ ପ୍ରତିବାଦ କରିବାକୁ ଅନୁରୋଧ କରାଯାଇଛି । ଆଜି ସନ୍ଧ୍ୟାରେ ପାଇକମାଲ ମୁଖ୍ୟ ଛକରେ ଆତଙ୍ଗବାଦ ବିରୁଦ୍ଧରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଥିଲା । ଏହି ବିକ୍ଷୋଭ କାର୍ଯ୍ୟକ୍ରମ ବଜରଙ୍ଗ ଦଳର ଜିଲ୍ଲା ସାଂଯୋଜକ ଓମ୍‌ପ୍ରକାଶ ମେହେରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାଇକମାଲ ବଣିକ ସଙ୍ଘ, ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତା, ପାଇକମାଳର ସାଧାରଣ ନାଗରିକ, ବିଜେପି ଦଳର କାର୍ଯ୍ୟକର୍ତ୍ତାମାନେ ବିପୁଳ ସଂଖ୍ୟାରେ ଯୋଗ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

jay balangir
Leave A Reply

Your email address will not be published.

2 × two =

error: Content is protected !!