pakka

ବୁଣାକାରଙ୍କ ଋଣ ଛାଡ ନେଇ ଦାବୀପତ୍ର ପ୍ରଦାନ

bbehera

ବଙ୍ଗୋମୁଣ୍ଡା, (ଗୁରୁଦୟାଲ ହଂସ) : ବଙ୍ଗୋମୁଣ୍ଡା ଅଂଚଳର ବୁଣାକାରମାନଙ୍କ ଋଣ ଛାଡ ଦାବୀ ନେଇ ସମାଜସେବୀ ତଥା ବଙ୍ଗୋମୁଣ୍ଡା ସରପଂଚ ଅଜିତ ଯୋଷୀଙ୍କ ନେତୃତ୍ୱରେ ବୁଣାକାରମାନେ ବଙ୍ଗୋମୁଣ୍ଡା ଆଂଚଳିକ ବ୍ୟାଙ୍କ ଶାଖା ପରିଚାଳକଙ୍କ ଜରିଆରେ ଜିଲ୍ଲା ଆଂଚଳିକ ଗ୍ରାମ୍ୟ ବ୍ୟାଙ୍କ ଅଧ୍ୟକ୍ଷଙ୍କୁ ଦାବୀପତ୍ର ଦେଇଛନ୍ତି । ସେମାନେ ଦାବୀପତ୍ରରେ ଦର୍ଶାଇଛନ୍ତି ଯେ, ବଙ୍ଗୋମୁଣ୍ଡା ବ୍ଲକ ମରୁଡି, ଦାଦନ ଏବଂ ଶ୍ରମିକ ପ୍ରବଣ ଅଂଚଳ ଭାବେ ବେସ ଜଣାଶୁଣା । ଗତ ବର୍ଷମାନଙ୍କରେ କୋରୋନା ପ୍ରଭାବ ଏ ଅଂଚଳର ଲୋକଙ୍କୁ ଅଧିକ ପ୍ରଭାବିତ କରିଥିଲା । ଏଭଲି ସମୟରେ ଲୋକେ କାମଧନ୍ଦା ଛାଡି ଘରେ ଭାଗ୍ୟକୁ ଆଦରି ବସି ରହିଥିଲେ । ବୁଣାକାରମାନଙ୍କ କାମ ସଂପୂର୍ଣ୍ଣ ବନ୍ଦ ରହିଥିଲା । ଯାହା ଫଳରେ ସେମାନେ ବ୍ୟାଙ୍କରୁ ଆଣିଥିବା ଋଣ ପ୍ରତିଶୋଧ କରି ପାରିଲେ ନାହିଁ । ବର୍ତ୍ତମାନ ସମୟରେ ବୁଣାକାରମାନଙ୍କ ସାମଗ୍ରୀ ଚଢା ଦରରେ ମିଳୁଛି ତେଣୁ ବୁଣାକାରମାନଙ୍କୁ ମେରୁଦଣ୍ଡ ଭାଙ୍ଗି ଯାଇଛି । ଅନେକ ବୁଣାକାର ନିଜର କୌଲିକ ବୃତ୍ତି ଛାଡି ନିଜ ପରିବାର ପ୍ରତିପୋଷଣ କରିବାକୁ ଅନ୍ୟ କାମ କରୁଛନ୍ତି । ଏଭଳି ସ୍ଥିତିରେ ବ୍ୟାଙ୍କରୁ ଆଣିଥିବା ଋଣ କେମିତି ସୁଝିବେ ବୋଲି ପ୍ରଶ୍ନ କରିବା ସହ ତାଙ୍କ ଋଣ ଛାଡ କରାଯାଉ ବୋଲି ସେମାନେ ଦାବୀ କରିଛନ୍ତି ।

jay balangir
Leave A Reply

Your email address will not be published.

18 − eleven =

error: Content is protected !!