oom

ଅତାବିରା ନିୟନ୍ତ୍ରିତ ବଜାର ପ୍ରାଙ୍ଗଣରେ ଚାଲିଥିବା ନିର୍ମାଣ କାମରେ ବ୍ୟାପକ ଦୁର୍ନୀତି ସମ୍ବନ୍ଧେ ବରଗଡ଼ ଜିଲ୍ଲାପାଳଙ୍କୁ ଦାବୀପତ୍ର ଦେଲା ବିଜେପି ଯୁବମୋର୍ଚ୍ଚା

jsmm

ବରଗଡ, (ନିରୋଜ କୁମାର ପାଣୀ) : ଅତାବିରା ନିୟନ୍ତ୍ରିତ ବଜାର ପ୍ରାଙ୍ଗଣରେ ଚାଲିଥିବା ନିର୍ମାଣ କାମରେ ବ୍ୟାପକ ଦୁର୍ନୀତି ସମ୍ବନ୍ଧେ ବରଗଡ଼ ଜିଲ୍ଲାପାଳଙ୍କୁ ଦାବୀପତ୍ର ଦେଲା ବିଜେପି ଯୁବମୋର୍ଚ୍ଚା । ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କୁହାଯାଇଛି ଯେ, ଅତାବିରା ନିୟନ୍ତ୍ରିତ ବଜାର କମିଟି ତରଫରୁ, ଅତାବିରା ନିୟନ୍ତ୍ରିତ ବଜାର ପ୍ରାଙ୍ଗଣରେ କୃଷକମାନଙ୍କର ସୁବିଧା ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟରେ ଏକ ଅଡିଟୋରିୟମ ନିର୍ମାଣ କାର୍ଯ୍ୟ ଚାଲିଛି । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଏହି ଯେ, ଉକ୍ତ ଅଡିଟୋରିୟମର ଛାତ ପଡିବା ପୂର୍ବରୁ ତାହା ସମ୍ପୂର୍ଣ୍ଣ ରୂପେ ଭୁଶୁଡି ପଡିଛି । ଏହା ପ୍ରମାଣ କରୁଛି ଉକ୍ତ କାମ କେତେ ନିମ୍ନ ସ୍ତରର ଚାଲିଥିଲା । ନିଶ୍ଚିତରୂପରେ ସମ୍ପୃକ୍ତ ଠିକାଦାର ଏବଂ ସରକାରୀ କର୍ମଚାରୀଙ୍କ ଭ୍ରଷ୍ଟାଚାର ଯୋଗୁଁ ଏପରି ଅବସ୍ଥା ସୃଷ୍ଟି ହୋଇଛି । ପୁନଶ୍ଚ ଏହି କାମ ପ୍ରଦାନ ସମୟରେ ହୋଇଥିବା ଟେଣ୍ଡର ପ୍ରକ୍ରିୟାରେ ମଧ୍ୟ ବ୍ୟାପକ ଅନିୟମିତତା ହୋଇଛି । ବିଜେପି ତରଫରୁ ଜିଲ୍ଲା ପ୍ରସାଶନକୁ ଜିଲ୍ଲାରେ ଚାଲିଥିବା ଟେଣ୍ଡର ଫିକ୍ସଇଙ୍ଗ ବାବଦରେ ଅବଗତ କରାଇବା ସତ୍ୱେ, ଜିଲ୍ଲା ପ୍ରସାଶନ ଚୁପ ରହିବା ଘଟଣାକୁ ରହସ୍ୟାବୃତ୍ତ କରୁଛି । ଯେଉଁ ଠିକାଦାର ଉକ୍ତ ନିର୍ମାଣ କାର୍ୟ୍ୟ ପାଇଥିଲା, ସେ ନିଜେ କାମ ନ କରି, ଅନ୍ୟ ଜଣେ ଅଣ ଅଭିଜ୍ଞ ଠିକାଦାର ଦ୍ୱାରା କାମ କରାଉଛି । ଚାଷୀ ଭାଇମାନଙ୍କର କଷ୍ଟ ଉପଲବ୍ଧ ଟଙ୍କାରୁ ନିୟନ୍ତ୍ରିତ ବଜାର ପ୍ରାଙ୍ଗଣରେ ଉନ୍ନୟନମୂଳକ କରିବା ସମୟରେ, ଏପରି ଅବହେଳା ତଥା ଦୁର୍ନୀତିକୁ ଭାରତୀୟ ଜନତା ଯୁବ ମୋର୍ଚ୍ଚା ବରଗଡ ଜିଲ୍ଲା ତୀବ୍ର ନିନ୍ଦା କରୁଛି । ଉକ୍ତ ମାର୍କେଟ ୟାର୍ଡ଼ରେ ଚାଲିଥିବା ପାଚେରୀ ନିର୍ମାଣ କାମ ମଧ୍ୟ ବହୁ ନିମ୍ନ ମାନର ଚାଲିଛି । ପ୍ରକାଶ ଥାଉକି ଅତାବିରା ଆର.ଏମ୍‌.ସି ଅଧୀନରେ ଥିବା ଅନ୍ୟାନ୍ୟ ବଜାର ପ୍ରାଙ୍ଗଣରେ ହେଉଥିବା କାର୍ଯ୍ୟ ମଧ୍ୟ ନିମ୍ନ ମାନର ହେଉଥିବାରୁ ତାହା ମଧ୍ୟ ତଦନ୍ତ ସାପେକ୍ଷ ଅଟେ । ଏଣୁ ଉପରୋକ୍ତ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଦୋଷୀ ଠିକାଦାର ଏବଂ ସରକାରୀ ଅଧିକାରୀମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ, ଭାରତୀୟ ଜନତା ଯୁବା ମୋର୍ଚ୍ଚା ବରଗଡ ଜିଲ୍ଲା ତରଫରୁ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅମିତ ପଣ୍ଡାଙ୍କ ନେତୃତ୍ୱରେ ବରଗଡ଼ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଆସନ୍ତା ଏକ ସପ୍ତାହ ମଧ୍ୟରେ ଦୋଷୀମାନଙ୍କର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ, ଭାରତୀୟ ଜନତା ଯୁବା ମୋର୍ଚ୍ଚା ତରଫରୁ ବ୍ୟାପକ ଭାବେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ନିକଟରେ ଦାବୀ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ଉର୍କୁଲୁ ତାଣ୍ଡି, ମିଳନ ସେଠ, କୁଶ କୁମ୍ଭାର, ବିପିନ ଭୋସାଗର, ଯଶୋବନ୍ତ ସେଠ, ନିରୋଜ ବାରିକ, ବ୍ରଜ ନାୟକ, ଲୋକେଶ ନାୟକ, ବିକ୍ରମ ନାଗ, ରିଙ୍କୁ ସେଠ, ସୁନୀଲ ନାୟକ, ଦୀପକ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.