ppurohit

ସଇଁତଲାରେ ସ୍ଵତନ୍ତ୍ର ଉପକରଣ ପାଇଁ ଚିହ୍ନଟ ଶିବିର

2nd

ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକର ଭିନ୍ନକ୍ଷମ ବିଦ୍ୟାଳୟ ପରିସରରେ ଏଏଲଆଏମସିଓ ଭୁବନେଶ୍ୱର ଓ ଜିଲ୍ଲା ପ୍ରଶାସନ ବଲାଙ୍ଗିର ସହଯୋଗରେ ବ୍ଲକ ପ୍ରଶାସନର ଆନୁକୂଲ୍ୟରେ ସ୍ୱତନ୍ତ୍ର ଉପକରଣ ପାଇବା ପାଇଁ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବରେ ସଇଁତଲା ବ୍ଲକ ଉପାଧ୍ୟକ୍ଷ ତଥା କଂଗ୍ରେସ ସଭାପତି ଗୁଣସାଗର ମାଝୀ ଯୋଗଦାନ କରି ଦୀପ ପ୍ରଜ୍ୱଳନ କରି ଶିବିରକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ । ଏଥିରେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବକିଶୋର ସାହୁ, ସଇଁତଲା ବିଡିଓ ଚନ୍ଦ୍ରମଣି ନାଗ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ ପଟ୍ଟନାୟକ, ସିଡିପିଓ ସବିତା ଦାସ, ବରିଷ୍ଠ ସେକ୍ସନ ଅଫିସର ଗଣେଶରାମ ବେହେରା, ଜିପିଇଓ ଲକ୍ଷଣ ପ୍ରଧାନ, ବ୍ଲକ ଜନମଙ୍ଗଳ ଅଧିକାରୀ ମନୋରଞ୍ଜନ ବେହେରା ଓ ସ୍ଥାନୀୟ ଲୋକ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଏଥିରେ ୧୭୪ ଜଣ ଭିନ୍ନକ୍ଷମଙ୍କ ପଞ୍ଜିକରଣ ହୋଇଥିବା ବେଳେ ୯୫ ଉପକରଣ ଓ ୪୦ ଜଣ ବୃଦ୍ଧ ବୃଦ୍ଧାଙ୍କୁ ଭତ୍ତା ପ୍ରଦାନ ପାଇଁ ଚି଼ହ୍ନଟ ହୋଇଛନ୍ତି । ଏହି ଉପଲକ୍ଷେ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ସଇଁତଲା ବ୍ଲକର ୨୨ ଗୋଟି ପଞ୍ଚାୟତର ଭିନ୍ନକ୍ଷମ, ବୃଦ୍ଧ ବୃଦ୍ଧାମାନେ ଶିବିରରେ ଯୋଗ ଦେଇଥିଲେ । ଶେଷରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.