jsm

ଅବସରପ୍ରାପ୍ତ ଶିକ୍ଷକ ଶୁକଦେବ ସାହୁଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ସଭା

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ପଲସଦା ପଞ୍ଚାୟତ ଡୁଙ୍ଗୁରିପାଲି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଶୁକଦେବ ସାହୁଙ୍କ ଏକାଦଶାହରେ ଏକ ଶ୍ରଦ୍ଧାଞ୍ଜଳି ସଭା ହାରାଧନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ଶୁକଦେବ ସାହୁ ଜଣେ ଆଦର୍ଶ ଶିକ୍ଷକ, ତୈଳିକ ବୈଶ୍ୟ ସାହୁ ସମାଜର ପୂର୍ବତନ ସଂପାଦକ ତଥା ଜଣେ ସମାଜସେବୀ ଭାବରେ ବେଶ ପରିଚିତ ଥିଲେ । ଶୋକ ସଭାରେ ପୂର୍ବତନ ସ୍କୁଲ ନିରୀକ୍ଷକ ତୀର୍ଥବାସୀ ପଣ୍ତା, ବେଣୁଧର ସାହୁ, ଲିଙ୍ଗରାଜ ସାହୁ, ମହେନ୍ଦ୍ର ସାହୁ, ପିତାମ୍ବର ସାହୁ, ଚୈତନ୍ୟ କୁମାର ସାହୁ, ଜୀବର୍ଦ୍ଧନ ସାହୁ, କିଶୋର ଚନ୍ଦ୍ର ସାହୁ, ବିଶ୍‌ଶ୍ୱନାଥ ସାହୁଙ୍କ ସମେତ ତୈଳିକ ବୈଶ୍ୟ ସାହୁ ସମାଜର ମାନ୍ୟଗଣ୍ୟ ଯୋଗଦାନ କରି ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରିଶେଷରେ ପଲସଦା ପଞ୍ଚାୟତ ତୈଳିକ ବୈଶ୍ୟ ସାହୁ ସମାଜର ସଭାପତି କିଶୋର ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.