pakka

ଦେଓଗାଁ ବ୍ଲକ ସରପଞ୍ଚ ସଂଘର ତୃତୀୟ ମାସିକ ବୈଠକ : ସରପଞ୍ଚଙ୍କ ପ୍ରସ୍ତାବକୁ ଅଣଦେଖା ଯୋଗୁଁ ଅସନ୍ତୋ‌ଷ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ୧୧ଟା ସମୟରେ ଦେଓଗାଁ ବ୍ଲକ ସରପଞ୍ଚ ସଂଘର ତୃତୀୟ ମାସିକ ବୈଠକ କୁତୁର୍ଲା ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସଂଘର ସଭାପତି ଗୋପାଳ ଚନ୍ଦ୍ର ମିଶ୍ର ସଭାପତିତ୍ୱ କରିଥିବା ବେଳେ ସଂପାଦକ ଜୋତ୍ସାମୟୀ ରଣା ଗତ ମାସିକ ବୈଠକର ବିବରଣୀ ପଠନ କରିଥିଲେ । ସଭା ଆରମ୍ଭରେ ସରକାରଙ୍କ ଯୋଜନାକୁ ଠିକ ଭାବେ କାର୍ଯ୍ୟକାରୀ କରିବା ସହ ଲୋକଙ୍କୁ ସହଯୋଗ କରିବା ଉପରେ ଆଲୋଚନା ହୋଇଥିଲା । ପରେ ସରପଞ୍ଚ ସଂଘକୁ ପଞ୍ଜିକୃତ କରିବା ପାଇଁ କିଛି ସରପଞ୍ଚ ପ୍ରସ୍ତାବ ଆଗତ କରିଥିଲେ । ସେହିପରି ବ୍ଲକ କାର୍ଯ୍ୟାଳୟକୁ ବହୁଦୂର ଦୂରାନ୍ତରରୁ ଆସୁଥିବା ସରପଞ୍ଚ ଓ ମହିଳା ସରପଞ୍ଚଙ୍କୁ ବ୍ଲକ ପରିସରରେ ବିଶ୍ରାମ ନେବା କିମ୍ବା ବ୍ଲକ ସରପଞ୍ଚ ସଂଘକୁ ଏକ କାର୍ଯ୍ୟାଳୟ କୋଠା ଦେବାକୁ ଦାବୀ କରାଯାଇଥିଲା । ସେହିପରି ଗତ ସମିତି ବୈଠକରେ ସରପଞ୍ଚ ଏବଂ ସମିତି ସଭ୍ୟମାନଙ୍କୁ ମିଳିତ ଭାବେ ପ୍ରକଳ୍ପ ପ୍ରସ୍ତାବ ଦେବା ପାଇଁ କୁହାଯାଇଥିଲା, କିନ୍ତୁ ସରପଞ୍ଚଙ୍କ ପ୍ରସ୍ତାବକୁ ଅଣ ଦେଖା ଓ କେବଳ ସମିତି ସଭ୍ୟମାନଙ୍କ ପ୍ରସ୍ତାବକୁ କାର୍ଯ୍ୟକାରୀ କରାଯାଇଥିବାରୁ ଅସନ୍ତୋଷ ପ୍ରକାଶ କରିବା ସହ ପ୍ରତିବାଦ ସ୍ୱରୁପ ଆଗାମୀ ସମିତି ବୈଠକ ବର୍ଜନ କରାଯିବାକୁ ସିଦ୍ଧାନ୍ତ କରାଯାଇଥିଲା । ସେହିପରି ବିଭିନ୍ନ ସମୟରେ କିଛି ବ୍ଲକ କର୍ମଚାରୀ କିମ୍ବା ଯନ୍ତ୍ରୀମାନେ ସରପଞ୍ଚମାନଙ୍କ କଥାକୁ ଗୁରୁତ୍ୱ ଦେଉ ନାହାନ୍ତି ସେଥିପାଇଁ ବିଡ଼ିଓଙ୍କ ଜରିଆରେ ତାଗିଦ କରିବାକୁ ପ୍ରସ୍ତାବ ଆଗତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସଂଘର ଉପସଭାପତି ନିନା ଛତ୍ରିଆ, ସହ ସଂପାଦକ ମହେନ୍ଦ୍ର ମଳ୍ଲିକ ସହ ସରପଞ୍ଚ ଶ୍ରୀମତୀ ତେଳ ହରପାଲ, ବାସନ୍ତୀ ପଟେଲ, ପଦ୍ମିନୀ ମିଶ୍ର, ଜାହ୍ନବୀ ମହାଣା, ଜଗୁ ମେହେର, ରାଜକିଶୋର ଭୋଇ, ଦେବକାନ୍ତୀ କ୍ଷେତୀ, କୁଶମଣୀ ମେହେର, ବଲ୍ଲବି ସାହୁ, ପଞ୍ଚମୀ ଦୀପ, ଯଶୋବନ୍ତି ନାଏକ, ଜାନକୀ ସାହୁ, ଚିତ୍ତରଞ୍ଜନ ସାହୁ, ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ୟ୍ୟକ୍ରମକୁ କୁତୁର୍ଲା ସରପଞ୍ଚଙ୍କ ସ୍ବାମୀ ଡମ୍ବରୁ ହରପାଲଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ସଞ୍ଜିବ ପଧାନ, ନିତ୍ୟା ରଣା, ବୀମ୍ବାଧର ରଣା, ଧୁବା ଚନ୍ଦନ, କୋନାଲ ମାଝୀ ପ୍ରମୁଖ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

10 + 11 =

error: Content is protected !!