pakka

ଆବାସ ଘର ଖଣ୍ଡିଏ ପାଇବା ପାଇଁ ସାତସପନ ହୋଇପଡିଛି ପୁରନ୍ଦର ଭୁଏଙ୍କ ପରିବାର

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ପରିବାର ଲୋକେ । ବର୍ଷ ବର୍ଷ ଧରି ରହୁଛନ୍ତି ଭଙ୍ଗା ଦଦରା ଘରେ । ବର୍ଷା ହେଲେ ଘର ଭିତରେ ଜମୁଛି ପାଣି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ପଦ୍ମପୁର ରାଜ ବୋଡାସମ୍ବର ବ୍ଲକ ଅନ୍ତର୍ଗତ ବରିହାପାଲି ପଞ୍ଚାୟତର ପତ୍ରାପାଲି ଗ୍ରାମରେ । ଗ୍ରାମର ପୁରନ୍ଦର ଭୁଏ ଓ ତାଙ୍କ ଧର୍ମପତ୍ନୀ କୌଶଲ୍ୟା ଭୁଏଙ୍କ ସହ ୫ ଜଣ ବିଶିଷ୍ଟ ପରିବାର ଅତ୍ୟନ୍ତ ଗରୀବ ଖଟିଖିଆ ଦିନ ମଜୁରିଆ ବ୍ୟକ୍ତି ଅଟନ୍ତି । ସରକାରଙ୍କ ଆବାସ ଯୋଜନାରୁ ଘର ଖଣ୍ଡିଏ ପାଇବା ପାଇଁ ତାଙ୍କୁ ସାତସପନ ହୋଇ ପଡିଥିବା ବେଳେ ରହିବା ପାଇଁ ଘର ଖଣ୍ଡିଏ ନାହିଁ । ସ୍ୱଂୟ ସହାୟକ ଗୋଷ୍ଠୀରୁ କିଛି ଟଙ୍କା ଉଧାର ଆଣି ବାରଣ୍ଡାରେ ଆଜ୍‌ବେଷ୍ଟସ ପକାଇ ବସବାସ କରୁଛନ୍ତି । ସରକାର ସାମାଜିକ ସୁରକ୍ଷା ନିମେନ୍ତ ଗରୀବ ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁପକ୍କା ଘର, ମୋ କୁଡିଆ ଘର ଯୋଜନାମାନ ପ୍ରଣୟନ କରଛନ୍ତି । ହେଲେ ପ୍ରକୃତ ଯୋଗ୍ୟ ହିତାଧିକାରୀ ଏଥିରୁ ବାଦ ପଡୁଛନ୍ତି । ଶ୍ରୀ ଭୁଏ ପଞ୍ଚାୟତ ପ୍ରଶାସନ ତଥା ବ୍ଲକ ପ୍ରଶାସନ ନିକଟରେ ଅନେକ ଥର ଆବେଦନ କଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ଏଣୁ ବ୍ଲକ ପ୍ରଶାସନ ତଥା ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଆବାସ ଯୋଜନାରୁ ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ଦାବୀ ହେଉଛି ।

jay balangir
Leave A Reply

Your email address will not be published.

3 × two =

error: Content is protected !!