pakka

ଷ୍ଟୁଡେଣ୍ଟସ୍‌ ନୋଡାଲ ହାଇସ୍କୁଲ ସାବୁଳିଆରେ ଆର୍ଟ ଗ୍ୟାଲେରୀ, ପ୍ରାଚୀରପତ୍ର, ସମ୍ବାଦପତ୍ର ପ୍ରକୋଷ୍ଠ ଉନ୍ମୋଚିତ

bbehera

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସୋମବାର ଦିନ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଭୁବନେଶ୍ୱରଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କ ଆଦେଶ ପ୍ରକାରେ ସାବୁଳିଆ ଷ୍ଟୁଡେଣ୍ଟସ୍‌ ନୋଡାଲ ହାଇସ୍କୁଲ ପରିସରରେ ଭିନ୍ନ ଭିନ୍ନ ସ୍ଥାନରେ ଆର୍ଟ ଗ୍ୟାଲେରୀ, ପ୍ରାଚୀର ପତ୍ର ଓ ସମ୍ବାଦପତ୍ର ପ୍ରକୋଷ୍ଠ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅମର ପ୍ରସାଦ ନାୟକ ଉନ୍ମୋଚିତ କରିଛନ୍ତି । ଏଥିସହ ଉପସ୍ଥିତ ଛାତ୍ର ଛାତ୍ରୀମାନଙ୍କୁ ନିଜ ବକ୍ତବ୍ୟ ମାଧ୍ୟମରେ ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି, ଶିକ୍ଷାର୍ଥୀମାନଙ୍କର ସୁଜନଶିଳ ଶକ୍ତିର ଅଭିବୃଦ୍ଧି, ଲୁକ୍କାୟିତ ପ୍ରତିଭାର ଉନ୍ମୋଚନର ମାଧ୍ୟମ ବୋଲି ଆର୍ଟ ଗ୍ୟାଲେରୀ, ପ୍ରାଚୀର ପତ୍ର ଓ ସମ୍ବାଦପତ୍ର ପ୍ରକୋଷ୍ଠ ମାଧ୍ୟମ ବୋଲି ଦର୍ଶାଇ ଥିଲେ । ପ୍ରତ୍ୟେକ ଦିନ ଛାତ୍ରଛାତ୍ରୀ ନିୟମିତ ଏହାର ଉପଯୋଗ କରିବାପାଇଁ ଓ କେହି ଏଥିରୁ ବାଦ୍‌ ନ ହେବା ପାଇଁ ଜଣାଇଥିଲେ । ଏହି ଅବସରରେ ନିମନ୍ତ୍ରିତ ଅତିଥିମାନଙ୍କ ମଧ୍ୟରେ ସିଆରସିସି ସାବୁଳିଆ କ୍ଲଷ୍ଟର ପ୍ରଫୁଲ୍ଲ କୁମାର ଦାସ, ଗଣମାଧ୍ୟମ ପ୍ରତିନିଧି ନୀଳାଞ୍ଚଳ ସେନାପତି, ଏସଏମସି ସଦସ୍ୟ ପର୍ଶୁରାମ ନାହାକ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ଶିକ୍ଷକ /ଶିକ୍ଷୟିତ୍ରୀ ଓ କର୍ମଚାରୀ ପ୍ରମୁଖ ।

jay balangir
Leave A Reply

Your email address will not be published.

5 × 1 =

error: Content is protected !!