jsm

ରାମକୃଷ୍ଣ ଆଶ୍ରମରେ ଥଇଥାନ ହେଲେ ଉଦ୍ଧାର ହୋଇଥିବା ଅସହାୟ ବୃଦ୍ଧା ମହିଳା

csstore

ଭବାନୀପାଟଣା, (ପି.କେ. ସାହୁ) : ନିଜର ବୋଲି ନାଁ ଅଛି ସ୍ୱାମୀ, ନାଁ ପୁଅ କିମ୍ବା ଝିଅ । ବେସାହାରା ହୋଇ ଦୀର୍ଘଦିନ ଧରି ପରଘରେ ଆଶ୍ରୟ ନେଇଥିଲେ ଜଣେ ବୃଦ୍ଧା ମହିଳା । କୋଉଠି ରହିବେ କଣ କରିବେ ଖାଇବେ କୋଉଠି ତାହାକୁ ନେଇ ସେ ଅନେକ ଚିନ୍ତିତ ଥିଲେ । ଏମିତି ଏକ ହୃଦୟ ବିଦାରକ ଭଳି ଖବର ଦେଖିବାକୁ ମିଳିଥିଲା ଭବାନୀପାଟଣା ବ୍ଳକ ଦୁଆରସୁଣୀ ପଞ୍ଚାୟତ ଦାମଦୋରପୁର ଗାଁରେ । ଗାଁର ସୁମିତ୍ରା ବିଶି (୭୦)ନାମ୍ନୀ ଜଣେ ବୃଦ୍ଧା ମହିଳା ତାଙ୍କର ସ୍ୱାମୀଙ୍କ ଦେହାନ୍ତ ପରେ ସେ ବେସାହାରା ହୋଇ ବହୁତ ଅସୁବିଧାରେ ଥିଲେ । ଏହି ସମସ୍ୟା ବିଷୟରେ ଫଟକାମାଲର ସରପଞ୍ଚ ସୁବୋଧ ରଣାଙ୍କ ନଜରରେ ଆସିଲା ପରେ ସେ ନେହେରୁ ଯୁବକେନ୍ଦ୍ର ସଂଗଠନର ସ୍ୱେଚ୍ଛାସେବୀ ଯଶୋବନ୍ତ ରଣାଙ୍କୁ ଜଣେଇଥିଲେ । ପରେ ଯଶୋବନ୍ତ ରଣା ରାମକୃଷ୍ଣ ଆଶ୍ରମର ଲଷ୍ମୀକାନ୍ତଙ୍କ ସହ କଥା ହୋଇ ତାଙ୍କୁ ଆଶ୍ରମରେ ଥଇଥାନ କରିବାକୁ ନିବେଦନ କରିଥିଲେ । ପରେ ଆଶ୍ରମର ମୁଖ୍ୟଙ୍କ ସହ କଥା ହେଲାପରେ ସେଠାରେ ଥଇଥାନ କରିବାକୁ ନିଷ୍ପତି ହେଲା । ଆଜି ଭବାନୀପାଟଣା ୱାରିଅର ସ୍ୱେଛାସେବୀ ଓ ନେହେରୁ ଯୁବକେନ୍ଦ୍ରର ସ୍ୱେଚ୍ଛାସେବୀଙ୍କ ଉଦ୍ୟମରେ ବୃଦ୍ଧ ମହିଳାଙ୍କୁ ପଟ୍ଟନାୟକ ଆରୋ ସେଲ ଆଣ୍ଡ ସର୍ଭିସର ଗାଡ଼ିରେ ତାଙ୍କୁ ମଦନପୁର ରାମପୁର ସ୍ଥିତ ଆଶ୍ରମକୁ ନେଇ ଥଇଥାନ କରାଗଲା । ସେ ସେଠାକୁ ପହଂଚିବା ପରେ ଖୁସି ହୋଇ ତାଙ୍କୁ ସେଠାରେ ନେଇ ରଖିଥିବାରୁ ସମସ୍ତ ସ୍ୱେଛାସେବୀଙ୍କୁ ଆଶୀର୍ବାଦ କରିଥିଲେ । ବୃଦ୍ଧ ମହିଳାଙ୍କୁ ନେଇ ଥଇଥାନ କରିବାରେ ନେହେରୁ ଯୁବକେନ୍ଦ୍ର ସଂଗଠନର ସ୍ୱେଚ୍ଛାସେବୀ ଯଶୋବନ୍ତ ରଣା ଭବାନୀପାଟଣା ୱାରିଅରର ରାଜେଶ ଗୌଡ଼, ପ୍ରତାପ ସାହୁ, ନୀତେଶ ଶବର, ଦୟାସାଗର ରଣା, ସୁଶାନ୍ତ ପଟନାୟକ, ଭକ୍ତ ଗୌଡ଼ ପ୍ରମୁଖ ସହଯୋଗ କରି ଉକ୍ତ ବୃଦ୍ଧା ମହିଳାଙ୍କୁ ରାମପୁର ନେଇ ଥଇଥାନ କରିଥିଲେ । ସମାଜସେବୀମାନଙ୍କ ଏହିପରି କାର୍ଯ୍ୟକୁ ଅଞ୍ଚଳର ବୁଦ୍ଧିଜୀବୀମାନେ ପ୍ରଶଂସା କରିଛନ୍ତି । ପୂର୍ବରୁ ଭବାନୀପାଟଣା ୱାରୀଅର ସଂଗଠନ ପକ୍ଷରୁ ଅନେକ ଥର ଭବାନୀପାଟଣା ସହର ବୃଦ୍ଧ, ବୃଦ୍ଧା ମାନସିକ ବିକୃତ ଲୋକଙ୍କୁ ଉଦ୍ଧାର କରି ବିଭିନ୍ନ ଆଶ୍ରମରେ ଥଇଥାନ କରିଛନ୍ତି ।

yuvodaya
Leave A Reply

Your email address will not be published.