ବାଣ ବ୍ୟବସାୟୀଙ୍କ ଘରେ ଲାଗିଗଲା ନିଆଁ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା କୋମନା ଥାନା କାଣ୍ଡେତରା ଗ୍ରାମରେ ସର୍ଟ ସର୍କିଟ ଯୋଗୁଁ ବାଣ ବ୍ୟବସାୟୀଙ୍କ ଘରେ ଲାଗିଗଲା ନିଆଁ । ଗ୍ରାମର ବାବୁଲାଲ ସତନାମିଙ୍କ ଘରେ ନିଆଁ ଲାଗିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସୂଚନାନୁଯାୟୀ, କୋମନା ଥାନା କାଣ୍ଡେତରା ଗ୍ରାମର ବାବୁଲାଲ ସତନାମିଙ୍କ ଘରେ ଆଜି ହଠାତ୍ ନିଆଁ ଲାଗିଯାଇଥିଲା । ବାବୁଲାଲଙ୍କ ସ୍ତ୍ରୀ ଘରେ ଥିବା ସମୟରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ନିଆଁ ଘର ସାରା ବ୍ୟାପି ଯାଇଥିଲା । ଦୀପାବଳି ସମୟରେ ବାଣ ବ୍ୟବସାୟ କରୁଥିବା ବାବୁଲାଲ ବଳକା ବାଣକୁ ଘରେ ରଖିଥିଲେ । ସେହି ବାଣରେ ମଧ୍ୟ ନିଆଁ ଲାଗି ଯାଇଥିବା ବେଳେ ଆଖପାଖ ଲୋକେ ଭୟଭୀତ ହୋଇପଡ଼ିଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

Leave A Reply

Your email address will not be published.