jayashree

ସଡକ ଦୁର୍ଘଟଣା, ଦୋକାନ ଭିତରେ ପଶିଗଲା ବୋଲେରୋ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଜାଗମରା ନିକଟରେ ଦୋକାନ ଭିତରେ ଏକ ବୋଲେରୋ ପଶିଯାଇ ଦୋକାନର ବହୁ ମୂଲ୍ୟବାନ ସାମଗ୍ରୀ ନଷ୍ଟ ହୋଇଥିବା ଜଣାପଡିଛି । ଦୁର୍ଘଟଣା ଘଟାଇ ପଳାଇଯାଉଥିବା ଗାଡି ଚାଳକକୁ ସ୍ଥାନୀୟ ଯୁବକମାନେ କାବୁ କରିଥିଲେ । ସୂଚନାନୁସାରେ ବରମୁଣ୍ଡା ପଟରୁ ଅତି ଦୃତ ଗତିରେ ବୋଲେରୋ ଆସି ପ୍ରଥମେ ଏକ ଡିଭାଇଡ଼ର ଦେଇ ଦୁର୍ଘଟଣା ଘଟାଇଥିଲା । ଏହାପରେ ଗାଡିଟି ଭାରସାମ୍ୟ ହରାଇ ଦୋକାନକୁ ମାଡ଼ିଯାଇଥିଲା । ଲୋକେ ପହଂଚି କାର ଚାଳକକୁ ଅଟକାଇଥିଲେ । ତେବେ ତୁରନ୍ତ ପିସିଆର୍‌ ପହଂଚି ସମ୍ପୃକ୍ତ ଚାଳକଙ୍କୁ ପୋଲିସ ଥାନାକୁ ନେଇଯାଇଛନ୍ତି । ଏନେଇ ତଦନ୍ତ କରୁଛି ପୋଲିସ ।

Leave A Reply

Your email address will not be published.