ଜରି ତଳେ କିଶୋର ପ୍ରଧାନଙ୍କ ପରିବାର : ଆବାସ ଯୋଜନା ସାତସପନ
ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାର ଯୋଜନା ଉପରେ ଯୋଜନା ତଥା ପ୍ରଧାନମନ୍ତ୍ରୀ ଆବାସ, ବିଜୁ କାର୍ଯ୍ୟକାରୀ କରୁଛନ୍ତି ହେଲେ ଯୋଗ୍ୟ ହିତାଧିକାରୀଙ୍କ ପାଖକୁ ପହଞ୍ଚି ପାରୁନାହିଁ । ଯାହା ଫଳରେ କି ଅନେକ ଯୋଗ୍ୟ ହିତାଧିକାରୀ ଯୋଜନାରୁ ବଞ୍ଚିତ ହେଉଥିବା ବେଳେ ଜରି ତଳେ ଜୀବନ ବିତାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ସୂଚନା ଯେ, ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡିଆଢିପା ଗ୍ରାମ ପଞ୍ଚାୟତ ନୂଆଗାଁ ବଇଦପାଲି କିଶୋର ପ୍ରଧାନ ତାଙ୍କର ପରିବାରରେ ୪ ଜଣ ସଦସ୍ୟ ଅଛନ୍ତି । କିଶୋର ଜଣେ ଭୂମିହୀନ । ସେ ଅନ୍ୟ ଘରେ ଆଶ୍ରୟ ନେଇଥିବା ବେଳେ ଅନ୍ୟର ମୂଳ ଲାଗି ନିଜର ପରିବାର ପ୍ରତିପୋଷଣ କରୁଛନ୍ତି । କିଶୋର ଖରା ବର୍ଷା ଶୀତ କାକରରେ ଜରି ତଳେ ଜୀବନ ବିତାଉଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ପ୍ରଶାସନଙ୍କ ପାଖରେ ବାରମ୍ବାର ହାରିଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି କିଶୋର କୋହଭରା କଣ୍ଠରେ କହିଛନ୍ତି । ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେଇ ଗରିବ କିଶୋରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।