ତାରିଣୀ ଚରଣ ସାହୁଙ୍କ ପୁସ୍ତକ ପାବକ କନ୍ୟା ଓ ସରଳ ରାମାୟଣ ଲୋକାର୍ପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଜଣେ ଜଣାଶୁଣା ଶିକ୍ଷାବିତ୍ ତଥା କବି, ଗୀତିକବି ସମାଜର ସଭାପତି ତାରିଣୀ ଚରଣ ସାହୁଙ୍କ ପୁସ୍ତକ ପାବକ କନ୍ୟା ଓ ଅନୁବାଦ ପୁସ୍ତକ ସରଳ ରାମାୟଣ ଜଗଦାଠାରେ ଲୋକାର୍ପିତ ହୋଇଯାଇଛି । କବି ତ୍ରିଲୋଚନ ମଥାନଙ୍କ ସଭାପତିତ୍ୱ ଓ ଶ୍ରେୟସୀ ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ତମ୍ଭକାର ଭୁପେନ ମହାପାତ୍ର ମୁଖ୍ୟ ଅତିଥି ଓ କବି ବ୍ରଜେନ୍ଦ୍ର ଦାଶ ସମ୍ମାନିତ ଅତିଥି, ପୁସ୍ତକ ଦ୍ୱୟର ସମୀକ୍ଷକ ଭାବେ ସୁସ୍ମିତା ମହାପାତ୍ର ଓ ହରମୋହନ ମିଶ୍ର ଯୋଗଦେଇ ପୁସ୍ତକଗୁଡିକୁ ସମୀକ୍ଷା କରିଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ, ସାହିତ୍ୟ କେବଳ ସମାଜର ହିତ ପାଇଁ ସୃଷ୍ଟି ହୋଇଥାଏ । ଏହା କେବଳ ମାନସିକ ଅବସାଦ ଦୂର କରେ ନାହିଁ ପରନ୍ତୁ ଏକ ସୁସ୍ଥ ସମାଜ ଗଠନରେ ସହାୟକ ହୋଇଥାଏ । ସମୀକ୍ଷକ କବି ଶ୍ରୀମତୀ ମହାପାତ୍ର ପାବକ କନ୍ୟା ଓ ଶ୍ରୀ ମିଶ୍ର ସରଳ ରାମାୟଣକୁ ସମୀକ୍ଷା କରିଥିଲେ । ଏହି ଅବସରରେ ପୁସ୍ତକ ଦ୍ୱୟର ଲେଖକ ଶ୍ରୀ ସାହୁ ପୁସ୍ତକ ସଂପର୍କରେ ମତରଖି କହିଲେ ଯେ, ଦୀର୍ଘ ୫ବର୍ଷ ବିଭିନ୍ନ ପୁସ୍ତକ ଅଧ୍ୟୟନ ପରେ ପାବକ କନ୍ୟା ଓ ଗୁଜରାଟର ପ୍ରଖ୍ୟାତ ଲେଖିକା ପ୍ରଫେସର ଡଃ ନଳିନୀ ପୁରୋହିତଙ୍କ ରାମାୟଣର ଅନୁବାଦ ସରଳ ରାମାୟଣର ସୃଷ୍ଟି ହୋଇଛି । ଏଥିପାଇଁ ସେ ପରିବାରକୁ ଶ୍ରେୟ ଦେଇଥିଲେ । ଦ୍ବିତୀୟ ପର୍ଯ୍ୟାୟରେ ସୁଶ୍ରୀ ଶ୍ରେୟସୀ ସାହୁ ଓ ବିଜୟ ସେନାପତିଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ସୁଶ୍ରୀ ସଂପ୍ରୀତି ସାହୁ, କିଶୋରୀ ମୋହନ କର, କୁଞ୍ଜବିହାରୀ ରାଉତ, ଶ୍ବେତକୁମାର ବେହେରା, ଅଭିରାମ ପ୍ରଧାନ, ବ୍ରଜେନ୍ଦ୍ର ଦାଶ, ପ୍ରକାଶ ଚନ୍ଦ୍ର ସେଠୀ, କଳ୍ପନା ନନ୍ଦ, ରାମକୃଷ୍ଣ ତ୍ରିପାଠୀ, ସମୀରବାଳା ଦାସ, ଉପେନ୍ଦ୍ର ବସ୍ତିଆ, ଅଶୋକ କୁମାର ନାୟକ, ଶ୍ରୀଧର ସୁନା, ବିନୋଦିନୀ ନନ୍ଦ, ତ୍ରିଲୋଚନ ମଥାନ, ରଙ୍କନିଧୀ ସେଠୀ, ମୋହନ ସିଂହ, ସୁସ୍ମିତା ମହାପାତ୍ର, ପ୍ରତାପ କୁମାର ରାୟ, ତାରିଣୀ ଚରଣ ସାହୁ, ମନୋରଞ୍ଜନ ଗୁରୁ ଓ ସଂଯୋଜକ ଦ୍ୱୟ କବିତା ପାଠ କରିଥିବା ବେଳେ ଲେଖକ ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଗୁରୁ ଅଜୟ ପାଣି, ସ୍ମିତା ପାଣି, ନିବେଦିତା ପଣ୍ଡା ସ୍ବାଗତ ସଂଗୀତ ଗାନ କରିଥିବା ବେଳେ ଗୁରୁ ଜଗନ୍ନାଥ ଦାସ, ସଂପ୍ରୀତି ସାହୁ, ଆର୍ତ୍ତତ୍ରାଣ ପ୍ରମୁଖ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଷ୍ଣୁପ୍ରିୟା ସାହୁ, ଶ୍ବେତକୁମାର, ସ୍ମିତା, ଇପ୍ସିତା, ନିରଞ୍ଜନ, ନିବେଦିତା, ନନ୍ଦିତା, ଆହ୍ଲାଦିନୀ ହୋତା, ନୃସିଂହ ଚରଣ ବିଶ୍ବାଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.