jayashree

ଦଣ୍ଡାଦେଶ ଶୁଣି କୋର୍ଟ ପରିସରରୁ ଫେରାର ହେଲା ନିଶା ବେପାରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦଣ୍ଡାଦେଶ ଶୁଣିବା ପରେ ଭୁବନେଶ୍ୱର କୋର୍ଟ ପରିସରରୁ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡିଛି । ସୂଚନାନୁସାରେ ଫେରାର ଅଭିଯୁକ୍ତ ଜଣକ ହେଲେ ନିଶା ବେପାରୀ ବିଜୟ ମାଣିଆ । ନିଶା କାରବାରରେ ବିଜୟ ମାଣିଆ ଗିରଫ ହୋଇଥିଲା । ଏହି ମାମଲାର ଶୁଣାଣି କରି ଭୁବନେଶ୍ୱର ଏଡିଜେ- ୩ କୋର୍ଟ ଦଣ୍ଡାଦେଶ ଶୁଣାଇଥିଲେ । ୧୦ ବର୍ଷ କାରାଦଣ୍ଡାଦେଶ ଆଦେଶ ଦେଇଥିଲେ । ଏହି ଦଣ୍ଡାଦେଶ ଶୁଣିବା ପରେ କୋର୍ଟ ପରିସରରୁ ବିଜୟ ଫେରାର ହୋଇଯାଇଥିଲେ । ଫେରାର ବିଜୟ ମାଣିଆଙ୍କୁ ଧରିବା ପାଇଁ କମିଶନରେଟ ପୋଲିସ ତନାଘନା ଉଦ୍ୟମ ଚଳାଇଛି ।

Leave A Reply

Your email address will not be published.