ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ତେଲେନପାଲି ପଞ୍ଚାୟତ ସ୍ଥାନୀୟ ବଜାର ପ୍ରାଙ୍ଗଣରେ ଗୋଣ୍ଡୱାନା ସାମ୍ରାଜ୍ୟର ମହାନ ବିରଙ୍ଗନା ରାଣୀ ଦୁର୍ଗାବତୀଙ୍କର ୪୫୮ତମ ବଳିଦାନ ଦିବସ ପାଳିତ ହୋଇଯାଇଛି । ଉକ୍ତ ସହୀଦ ଦିବସରେ ଗୋଣ୍ଡୱାନା ଛାତ୍ର ସଂଗଠନ(ଜିଏସ୍ୟୁ) ଖପ୍ରାଖୋଲ ବ୍ଲକ ସଭାପତି ତନ୍ତ୍ର ଧରୁଆଙ୍କ ଅଧକ୍ଷତାରେ ବଳିଦାନ ଦିବସ ଅବସରରେ ମୁଖ୍ୟ ଅତିଥି ରୂପେ ଖପ୍ରାଖୋଲ ବ୍ଲକ ଗୋଣ୍ଡ ସାଂସ୍କୃତିକ ସମାଜ ସଭାପତି ଚଉବନ ମାଝୀ, ସମ୍ମାନିତ ଅତିଥି ରୂପେ କ୍ଷୀରଧର ମାଝୀ, ହେମକାନ୍ତି ନାଏକ, ଲୋଭାବତୀ ଧରୁଆ, ପୂର୍ଣ୍ଣଚନ୍ଦ୍ର ଭୋଇ, ଟିକେଶ୍ୱର ଧରୁଆ, ବିପ୍ର ବିଶି, ସତ୍ୟାନନ୍ଦ ଭୋଇ, ଗୁପ୍ତେଶ୍ୱର କୁଅଁର, ଅଷ୍ଟମୁ ମାଝୀ, ଶଶିକାନ୍ତ ବିଶି ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଧରମ ସିଂ ଧରୁଆ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ରାଣୀ ଦୁର୍ଗାବତୀଙ୍କର ବଳିଦାନ, ତ୍ୟାଗ ଇତିହାସ ଏବଂ ଜଣେ ନାରୀ ହିସାବରେ କେମିତି ଗୋଣ୍ଡୱାନା ସାମ୍ରାଜ୍ୟକୁ ମୋଗଲମାନଙ୍କଠାରୁ ସୁରକ୍ଷିତ ରଖି ପାରିଥିଲେ ଏବଂ ବିରଙ୍ଗନା ଦୁର୍ଗାବତୀ ଜଣେ ସାହସୀ, ମହିୟସୀ କ୍ରାନ୍ତିକାରୀ ମହିଳା ଥିଲେ ସେଥିପାଇଁ ତାଙ୍କର ପୁଣ୍ୟଜନ୍ମ ତିଥି ଏବଂ ବଳିଦାନ ଦିବସକୁ ମନେପକେଇବା ସହ ସମାଜର ମହିଳା ମାନେ ଦୁର୍ଗାବତୀଙ୍କର ପଥକୁ ଅନୁସରଣ କରିବା ପାଇଁ ଅନୁରୋଧ କରିଥିଲେ । ବଳିଦାନ ଦିବସ ଅବସରରେ ଗୋଣ୍ଡ ସମାଜର ଇତିହାସ, ସାହିତ୍ୟକୁ ପ୍ରଚାର ପ୍ରସାର କରିବା ପାଇଁ ତେଲେନପାଲି ବଜାର ପ୍ରାଙ୍ଗଣରେ ଠାରେ ‘ବୁଢ଼ାଦେଓ ପାଠାଗାର ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି, ମୁଖ୍ୟବକ୍ତା ଏବଂ ସମସ୍ତ କର୍ମକର୍ତ୍ତାଙ୍କ ଗହଣରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଉକ୍ତ ମହାନ ଦିବସରେ ଜିଏସ୍ୟୁ ଉପସଭାପତି ନିରୁପମା କୁଅଁର, ପ୍ରଚାର ସଚିବ ଶଶିକାନ୍ତ ଧରୁଆ, ସଚିବ କ୍ଷୀରଧର ମାଝୀ, ସଭ୍ୟ ସୁବାଷ ଧରୁଆ ପ୍ରମୁଖ ଉପସ୍ଥିତ ଥିବା ବେଳେ ମାଦି ମୁଖିଆ ସର୍କଲ ସଭାପତି ସହ ଭରତ ବିଶି, ହୁଁକାର ଭୁଏ, ନଳିନୀ ଧରୁଆ, ଘନ ଭୋଇ, ମହାଦେବ ମାଝୀ ଉପସ୍ଥିତ ରହିଥିଲେ । ସହୀଦ ଦିବସକୁ ଗୋଲାପ ବିଶି ସଭାପରିଚାଳନା କରିଥିବା ବେଳେ ଲଛମନ ପୁଝାରି ଧନ୍ୟବାଦ ଅର୍ପଣ କରିଥିଲେ ।