oom

ସିଦ୍ଧାର୍ଥ ହେଲେ ଦ୍ଵିତୀୟ ଥର ପାଇଁ ପେକ୍ସ ସଭାପତି

jsmm

ରେଙ୍ଗାଲି : ଅତାବିରା ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ମନୋନୟନ ପାଇଁ ଗତକାଲି ସମୟ ଧାର୍ଯ୍ୟ କରାଯାଇଥିଲା । ସେଇ ଅନୁସାରେ ନାମାଙ୍କନ ପତ୍ର ଦାଖଲ କରିବାର ପ୍ରକ୍ରିୟା ମଧ୍ୟ ରହିଥିଲା । କିନ୍ତୁ ସିଦ୍ଧାର୍ଥ ଶଙ୍କର ପଣ୍ଡାଙ୍କ ବ୍ୟତୀତ ଆଉ କେହି ନାମାଙ୍କନ ପତ୍ର ଦାଖଲ କରି ନଥିଲେ । ତେଣୁ ନିର୍ଦ୍ଵନ୍ଦରେ ସେ ପୁଣି ଦ୍ଵିତୀୟ ଥର ପାଇଁ ସଭାପତି ଭାବରେ ମନୋନୀତ ହୋଇଛନ୍ତି । ଏହି ସମବାୟ ସମିତି ଅଧିନରେ ୪୮୫୫ ଜଣ ଚାଷୀ ସଭ୍ୟ ଭାବେ ରହିଛନ୍ତି । ୧୫ ଜଣ ଡାଇରେକ୍ଟରଙ୍କ ମଧ୍ୟରୁ ଜଣେ ସଭାପତି ହୋଇଥାନ୍ତି । ଯାହା କି ବିନା ପ୍ରତିଦ୍ୱନ୍ଦିତାରେ ତାଙ୍କୁ ସମସ୍ତେ ଭୋଟ ଦେଇ ମନୋନୀତ କରିଛନ୍ତି ।

ପ୍ରସ୍ତାବକ ଭାବେ କୁଶ ସାହୁ ଓ ସମର୍ଥକ ଭାବେ ଦୁଃଖିଶ୍ୟାମ ପ୍ରଧାନ ରହିଥିଲେ । ନିର୍ବାଚନ ଅଧିକାରୀ ଦାୟିତ୍ୱରେ ନବୀନ କୁମାର ସାହୁ ଦାୟିତ୍ଵ ତୁଲାଇଥିଲେ । ନିର୍ବାଚିତ ହେବା ପରେ ଶ୍ରୀ ପଣ୍ଡା ଚାଷୀମାନଙ୍କ ସାର କ୍ରୟ ଠାରୁ ଆରମ୍ଭ କରି ଧାନ ବିକ୍ରୟ କରିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ କିପରି ସୁଚାରୁ ରୂପେ ହୋଇପାରିବ, ଏଥିପାଇଁ ଚାଷୀମାନେ କୌଣସି ପ୍ରକାର ହଇରାଣ ନ ହେବେ ସେଥିପ୍ରତି ସେ ବିଶେଷ ଧ୍ୟାନ ଦେବେ ବୋଲି କହିଥିଲେ । ସେ ସଭାପତି ହେବା ପରେ ତାଙ୍କୁ ଚାଷୀମାନଙ୍କ ପକ୍ଷରୁ ଅଭିନନ୍ଦନର ସୁଅ ଛୁଟିଥିଲା । ସମ୍ପାଦକ କ୍ଷିରୋଦ ଚନ୍ଦ୍ର ସାହୁ, ଡାଇରେକ୍ଟର ଲଳିତ ଭୋଇ, ବଳରାମ ପ୍ରଧାନ, ରାଜକୁମାରୀ ଭୂଏ, ନିର୍ମଳ ଚନ୍ଦ୍ର ପ୍ରଧାନ, ଦେବାଶିଷ ଭୋରାସାଗର, ଦାମୋଦର ପ୍ରଧାନ, ଶିବାଜି ନାଏକ, ଜଗବନ୍ଧୁ ପ୍ରଧାନ, ମେକା ରାଧା, ବିକିନା ଅଞ୍ଜଳି ଦେବୀ, ଶ୍ୟାମାଲାଳ ସାହୁ, ମେକା ମାଲେଶୁ ଓ ବିଜେଡି ଦଳର ସଭାପତି ଟଙ୍କ ଦାଶ ତଥା ସମସ୍ତ ପେକ୍ସ କର୍ମଚାରୀ ଶ୍ରୀ ପଣ୍ଡାଙ୍କୁ ସ୍ୱାଗତ ଜଣାଇଥିଲେ ।

jittmm
Leave A Reply

Your email address will not be published.