oom

ସାବୁଳିଆ ଗ୍ରାମ ପଞ୍ଚାୟତରେ ‘ମୋ ଗାଁରେ ତହସିଲ’ କାର୍ଯ୍ୟକ୍ରମ

jsmm

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ସାବୁଳିଆ ଗ୍ରାମ ପଞ୍ଚାୟତ ପରିସରରେ ରାଜ୍ୟ ସରକାରଙ୍କ “ମୋ ଗାଁରେ ତହସିଲ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନବାଗତା ସରପଞ୍ଚ ଶ୍ରୀମତୀ ଅହଲ୍ୟା ବେହେରାଙ୍କ ତତ୍ୱାବଧାନରେ ଓ ଖଲ୍ଲିକୋଟ ତହସିଲର ମୁଖ୍ୟକିରାଣୀ ଲକ୍ଷ୍ମଣ ବେହେରାଙ୍କ ସହ ଆର ଆଇ ଶୁଭ୍ରାଞ୍ଜଳି ମୁଦୁଲି, ଏଆରଆଇ ପୂଜା ବେହେରା, ସରୋଜ ନାୟକ, ବିଷ୍ଣୁପ୍ରିୟା ପ୍ରଧାନ, ବିଶ୍ୱରଞ୍ଜନ ଗୌଡ଼ ଓ ସିଦ୍ଧାନ୍ତ ସାହୁଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସଞ୍ଚାଳନ ହୋଇଥିଲା । ଏଥିରେ ସାବୁଳିଆ ପଞ୍ଚାୟତବାସୀଙ୍କ ଜମି ଜମା ସମ୍ବନ୍ଧୀୟ ପ୍ରତ୍ୟେହ ସମସ୍ୟାକୁ ଯଥା ଘରବାରୀ ପଟ୍ଟା, ଶିଶୁ ଗ୍ରହଣ, ମିୟୁଟେସନ ପ୍ରଭୁତି ସମସ୍ୟାକୁ ଫଇସଲା କରାଯାଇଥାଏ । ଆୟୋଜିତ କାର୍ଯ୍ୟକ୍ରମକୁ ସରପଞ୍ଚ ପ୍ରତିନିଧି ଶସଧର ବେହେରା, ସମିତିସଭ୍ୟା କବିତା ବେହେରା, ନ୍ୟାୟ ସରପଞ୍ଚ ମୋହିନୀ ଦଳେଇ, ସନ୍ତୋଷ କୁମାର ଗୌଡ଼, ଜିତେନ୍ଦ୍ର ମହାନ୍ତି ନାରାୟଣ ବେହେରା, ଅଶୋକ କୁମାର ସେନାପତି, ଦେବରାଜ ସାହୁ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.