
ସାଲେପୁର : କଟକ ଚାନ୍ଦବାଲି ରାସ୍ତାର ସାଲେପୁର ସପନପୁର ଧବଳେଶ୍ୱର ମନ୍ଦିର ନିକଟରେ ଟ୍ରକକୁ ପଛରୁ ମଦ ବୋଝେଇ ପିକ୍ଅପ୍ ଭ୍ୟାନ ଧକ୍କା ଦେଇଥିବା ଜଣାପଡିଛି । ସୂଚନା ଅନୁସାରେ ପିକ୍ଅପ୍ ଭ୍ୟାନର ଡ୍ରାଇଭର ଓ ହେଲ୍ପର ଆହତ ହୋଇଛନ୍ତି । ପିକ୍ଅପ୍ ଭ୍ୟାନର ଡ୍ରାଇଭର ସନ୍ଦୀପ ମଲ୍ଲିକ ଆହତ ହୋଇଥିବା ବେଳେ ହେଲ୍ପର ଚୈତନ୍ୟ ମଲ୍ଲିକ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ସାଲେପୁର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ହେଲ୍ପର ଅବସ୍ଥା ଗୁରୁତରହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି । ଘଟଣା ସ୍ଥଳରେ ସାଲେପୁର ପୋଲିସ ପହଞ୍ଚି ମଦବୋଝେଇ ପିକ୍ଅପ୍ ଭ୍ୟାନକୁ ଜବତକରି ଥାନାକୁ ଆଣି ତଦନ୍ତ ଚଳାଇଛି । ଦୁର୍ଘଟଣାସ୍ଥଳରୁ ଟ୍ରକଟି ଫେରାର ହୋଇଯାଇଛି ।