jsm

ବାଲିଗୁଡାର ବିଭିନ୍ନ ଅନୁଷ୍ଠାନ ତରଫରୁ ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

csstore

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) ଯୋଗ ହିଁ ନୀରୋଗ ରହିବାର ଏକ ମାତ୍ର ଆଧାର ଏଣୁ ଆସନ୍ତୁ ସମସ୍ତେ ଯୋଗ ପ୍ରାଣାୟାମ କରି ସୁସ୍ଥ ସମାଜ ଗଠନ କରିବା, ଯୋଗ କର ନିରୋଗ ରୁହ । ରୋଗ ମୁକ୍ତ ଜୀବନ ପାଇଁ ଯୋଗଯୁକ୍ତ ଜୀବନ ଏକାନ୍ତ ଆବଶ୍ୟକ ବୋଲି ଆଜି ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ମତପ୍ରକାଶ ପାଇଛି । ଏହି ପରିପ୍ରେକ୍ଷୀରେ ବାଲିଗୁଡାର ବିଭିନ୍ନ ସ୍ଥାନରେ ଯୋଗ ଦିବସ ପାଳିତ ହୋଇଯାଇଛି । ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ମଧ୍ୟରେ ବନବାସୀ ସେବା ସମିତି, ଶିକ୍ଷା ନିକେତନ, ବିଜେପି, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ, ପ୍ରଜାପିତା ବ୍ରହ୍ମ କୁମାରୀ ବିଶ୍ଵବିଦ୍ୟାଳୟ ଆଶ୍ରମ, ବାଲିଗୁଡ଼ା ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ବରିଷ୍ଠ ସ୍ୱାସ୍ଥ୍ୟ ଯତ୍ନ ସଙ୍ଗଠନ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଯୋଗ ଦିବସରେ ସାମିଲ ହୋଇ ସର୍ବାଙ୍ଗ ସୁନ୍ଦର ଜୀବନ ପାଇଁ ଯୋଗ ଏକାନ୍ତ ଆବଶ୍ୟକ ବୋଲି କହିଥିଲେ । ଏହା ଛଡ଼ା ଉପସ୍ଥିତ ଛାତ୍ର ଛାତ୍ରୀମାନଙ୍କୁ ଅନ୍ୟାନ୍ୟ ଯୋଗ ଵିଦ୍ୟା ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ଭଳି ନିୟମିତ ଉପସ୍ଥିତ ରହି ସମସ୍ତଙ୍କ ପାଇଁ ଯୋଗ ଏକାନ୍ତ ଆବଶ୍ୟକ ବୋଲି ଅନୁଷ୍ଠାନ ଗୁଡିକରେ ମତ ପ୍ରକାଶ ପାଇଥିଲା ।

yuvodaya
Leave A Reply

Your email address will not be published.