pakka

ଆଇଏଏସ୍‌ ବିଜୟ ଅମୃତା କୁଲାଙ୍ଗେ ଜଣେ ପ୍ରଜାବତ୍ସଳ, ଭିନ୍ନଚର୍ଚ୍ଚିତ ବ୍ୟକ୍ତିତ୍ୱର ପରିଚୟ

  • କେ.ସତ୍ୟନାରାୟଣ ରେଡ୍ଡୀ

ପ୍ରାକ୍ତନ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟଦକ୍ଷତା ଉପରେ ଭୂୟସୀ ପ୍ରସଂଶାର ସହ ପ୍ରତିପାଦନ କରାଯାଇଥିବା ସାଂଗକୁ ଉପସ୍ଥିତ ଜିଲ୍ଲାର ବରିଷ୍ଠ ଓ କନିଷ୍ଠ ଅଧିକାରୀଙ୍କ ମହଲରେ ବିଦାୟ ସମ୍ବର୍ଦ୍ଧନା ଘେନି କିଛି ସମୟ ଦୁଃଖରେ ଭାଙ୍ଗିପଡିଥିଲେ ।
ପ୍ରକାଶ ଥାଉକି, ଆଇ.ଏ.ଏସ୍‌. ବିଜୟ ଅମୃତା କୁଲାଙ୍ଗେ ସବୁଠାରୁ ଅଧିକାବର୍ଷ ଗଞ୍ଜାମ ଜିଲ୍ଲାରେ ଅବସ୍ଥାପିତ ଥାଇ ରାଜ୍ୟ ସରକାରଙ୍କ ବହୁ ଜନହିତକର କାର୍ଯ୍ୟରେ ସାମିଲ ହୋଇ ନିଜର ପାରଦର୍ଶିତା ପ୍ରତିପାଦନ କରି ଆସିଥିଲେ । ଶ୍ରୀମାନ କୁଲାଙ୍ଗେ ସନ୍ ୨୦୧୬ ଜୁନ ମାସ ୨ ତାରିଖରେ ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ସଦରମହକୁମା ଛତ୍ରପୁରରେ ପ୍ରଥମେ ଅବସ୍ଥାପିତ ହୋଇଥିଲେ । ସନ୍ : ୧୪/ ୮/ ୨୦୧୮ ପର୍ଯ୍ୟନ୍ତ ଡିଆର୍‌ଡିଏର ପିଡ଼ି ଦାୟିତ୍ୱରେ ରହିବା ପରେ ଅଗଷ୍ଟ ୧୪ ତାରିଖ- ୨୦୧୮ ମସିହାରୁ ଗଞ୍ଜାମ ଜିଲ୍ଲାପାଳ ଭାବେ ଦାୟିତ୍ୱ ବହନ କରି ୨୦୨୨ ମସିହା ଜୁନମାସ ୨୦ ତାରିଖ ସୋମବାର ଜିଲ୍ଲାପାଳ ଦାୟିତ୍ୱରେ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ହସ୍ତାନ୍ତର କରିବା ଏକ ନିଆରା ପରମ୍ପରା ହୋଇଛି । ଦୀର୍ଘଦିନ ଗଞ୍ଜାମରେ ରହି ଜଣେ ପ୍ରଜା-ବତ୍ସଳ ସାହେବ ଭାବେ ଜଣେ ଚର୍ଚ୍ଚାର ବ୍ୟକ୍ତିତ୍ୱ ଭାବେ ପରିଚୟ ସୃଷ୍ଟି କରିଥିଲେ । ଇତି ମଧ୍ୟରେ ସେ ଗଞ୍ଜାମ ଜିଲ୍ଲାର ହେଡ଼କ୍ୱାଟରରେ ଦୀର୍ଘଦିନ ଧରି ଅବସ୍ଥାପିତ ହୋଇ ଛତ୍ରପୁର ବାସିନ୍ଦା ହୋଇଯାଇଥିଲେ । ଛତ୍ରପୁରର ନାଗରିକ ଭାବେ ସେ ଭୋଟ ମଧ୍ୟଦେଇ ଆସୁଥିଲେ । ତାଙ୍କରି ସମୟରେ କୋରାନା ମହାମାରୀ ଏକ ବିଶ୍ୱ ଭୟଙ୍କରୀ ତାଣ୍ଡବଲୀଳା ରଚିଥିଲା । ଅନ୍ୟରାଜ୍ୟ ଓ ଆମଦେଶରେ ପ୍ରଶାସନ ପକ୍ଷରୁ କଡାକଡ଼ି ପଦକ୍ଷେପ ପାଳନ କରାଯାଇଥିବା ବେଳେ ଏହି ମହାମାରୀର ଦୃଢ଼ ମୁକାବିଲା କରିବାରେ ଶ୍ରୀ କୁଲାଙ୍ଗେ ଇତିହାସରେ ହଇଚୟି ସୃଷ୍ଟି କରିଥିଲେ । ୨୦୨୦ ମାର୍ଚ୍ଚମାସ ୧୬ ତାରିଖରେ ଓଡ଼ିଶାର ଗଞ୍ଜାମରେ ସେ ପ୍ରଥମେ ଲକ-ଡାଉନ ଜାରୀ କରିଥିଲେ । ପ୍ରବାସୀ ଓଡ଼ିଆ ଶ୍ରମିକ ଏବଂ ପ୍ରବାସୀ ଓଡ଼ିଆ ଶ୍ରମଜୀବୀ, ଚାକିରିଆଙ୍କୁ ସ୍ୱଦେଶକୁ ଆଣିବାର ପ୍ରୟାସ କରି ସେମାନଙ୍କୁ ଅସ୍ଥାୟୀ ମେଗା କୋବିଡ଼ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ସର୍ବୋପରି ଆଇସଲେସେନ ୱାର୍ଡରେ ରୋଗୀଙ୍କୁ ରଖି ନିରାପଦର ସହ ରୋଗମୁକ୍ତ କରିବାରେ ସଫଳ ହୋଇଥିଲେ । ଗଞ୍ଜାମ ଜିଲ୍ଲାରେ କୋରନା କଟକଣା ନିୟମ ଖୁବ କଡାକଡ଼ି କରିବା ସାଂଗକୁ ସବୁରି କ୍ଷେତ୍ରରେ ପ୍ରତ୍ୟକ୍ଷ ଅନୁସନ୍ଧାନ କରିବା, ଗନ୍ତବ୍ୟସ୍ଥଳକୁ ଗସ୍ତକରିବା, ନିରୀକ୍ଷଣ କରିବା ସହ ଗଞ୍ଜାମ ଜିଲ୍ଲାରେ ଏହି କୋରାନା ମହାମାରୀର ସଫଳତା ଆଣିଥିବା ନେଇ ମିଳିତ ଜାତିସଂଘ ପକ୍ଷରୁ ସେ ପୁରସ୍କୃତ ହୋଇ ବିଶ୍ୱରେ ଜଣେ ଚର୍ଚ୍ଚାର ବ୍ୟକ୍ତିତ୍ୱ ଭାବେ ଇତିହାସରେ ପରିଚୟ ସୃଷ୍ଟି କରିଥିଲେ । ଏବେ ଭୁବନେଶ୍ୱର ମହାନଗର ନିଗମକୁ ସୌନ୍ଦର୍ଯ୍ୟକରଣ କରିବା ସହ ଗଞ୍ଜାମ ଜିଲ୍ଲାରେ ପ୍ରଚଳିତ ବିଧି ଅନୁସାରେ ବିଭିନ୍ନ ପ୍ରକଳ୍ପର ତ୍ୱରାନ୍ୱିତ୍ୱ କରି ରାଜଧାନୀ ଭୁବନେଶ୍ୱରକୁ ସ୍ୱଚ୍ଛତା ଓ ପରିମଳ ଏବଂ ସୌନ୍ଦର୍ଯ୍ୟକରଣରେ ଭାରତରେ ଏକ ସ୍ୱତନ୍ତ୍ର ସ୍ଥାନ ରଖିବା, ଦେଶରେ ସୁନାମ ଆଣିବା ଭଳି ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି ।

ଜଣେ ଚର୍ଚ୍ଚିତ, ମେଳାପୀ ବତ୍ସଳ, ଦାମ୍ବିକତା ପ୍ରଦର୍ଶନରେ ସଫଳ ଉଦୟବାନ ବ୍ୟକ୍ତିଭାବେ ବରିଷ୍ଠ ଆଇଏଏସ୍‌ ବିଜୟ ଅମୃତା କୁଲାଙ୍ଗେ ଭିନ୍ନ ମାନବର ପରିଚୟ ଓ ସୁନାମ ଆଣିଛନ୍ତି । ଜଣେ ନିହାତି ଗରୀବ ଦଳିତ ପରିବାରରେ ଜନ୍ମଗ୍ରହଣ କରି ଦେଶର ଯଶ ଗାନ କରି ବିଜୟ ପଥେ ବିଜୟ ଅମୃତା ନାମେ ଜନ ମାନସରେ ଅଗ୍ରଣୀ ଭାବେ ଉଜ୍ଜୀବିତ ହୋଇଛନ୍ତି ।

Leave A Reply

Your email address will not be published.

5 + 16 =