ଜମି ବିବାଦକୁ ନେଇ ବୃଦ୍ଧାଙ୍କୁ ପଥରରେ ଛେଚି ହତ୍ୟା ଘଟଣାରେ ୩ ଗିରଫ

କରଞ୍ଜିଆ : ଜମି ବିବାଦକୁ ନେଇ ବୃଦ୍ଧାଙ୍କୁ ପଥରରେ ଛେଚି ହତ୍ୟା ଘଟଣାରେ ୩ ଜଣଙ୍କୁ ଗିରଫ କଲା ପୋଲିସ । ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ପୋଡ଼ାଗଡ଼ ଗାଁରେ ବୃଦ୍ଧାଙ୍କୁ ପଥରରେ ଛେଚି ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି । ଜମିଜମା ବିବାଦକୁ ନେଇ ବୃଦ୍ଧାଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି ।

ସୂଚନା ଅନୁସାରେ ଗତ ୧୭ ତାରିଖରେ ଯଶୀପୁର ଥାନା ପୋଡ଼ାଗଡ଼ ଗାଁରେ ଜଣେ ୭୫ ବର୍ଷୀୟା ବିଧବା ମହିଳା ଚମ୍ପାବତୀ ହେମ୍ବ୍ରମଙ୍କୁ ପଥରରେ ଛେଚିଛେଚି ହତ୍ୟା କରାଯାଇଥିଲା । ପୋଲିସ ଏହି ଘଟଣାର ତଦନ୍ତ କରି ୩ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ଯଶୀପୁର ଥାନା ଅନ୍ତର୍ଗତ ପୋଡ଼ାଗଡ଼ ଗାଁର କାନ୍ଦରା ହେମ୍ବ୍ରମ, ମଙ୍ଗଲ ହାଁସଦା ଓ ଅନ୍ୟ ଜଣେ ହାଣ୍ଡିପୁହାଁଣ ଗାଁର ଜଗନ୍ନାଥ ଟୁଡୁ । ଜମିଜମା ବିବାଦକୁ କେନ୍ଦ୍ର କରି ପଥରରେ ଛେଚିଛେଚି ବୃଦ୍ଧାଙ୍କୁ ହତ୍ୟା କରିଥିଲେ ବୋଲି ୩ ଅଭିଯୁକ୍ତ ପୋଲିସ ନିକଟରେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.