jsm

ସେବା ସେନାର ପ୍ରଥମ ବୈଠକ ଅନୁଷ୍ଠିତ

csstore

କଲ୍ୟାଣସିଂହପୁର : ସେବା ସେନାର ପ୍ରଥମ ବୈଠକ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବୁଡାଗୁଡ଼ା ଗ୍ରାମଠାରେ ଜିଲ୍ଲା ସଭାପତି ସନ୍ତୋଷ କୁମାର ବଚ୍ଛାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନୂତନ କମିଟି ମଧ୍ୟ ଚୟନ କରାଯାଇଛି । ଏହି ସଂଗଠନର ମୂଳ ଲକ୍ଷ୍ୟ ହେଉଛି ସମାଜରେ ଲୋକଙ୍କୁ ନିଜର ଅଧିକାର ବିଷୟରେ ସଚେତନ କରିବା ସହ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା । ତାହାସହ ଜରୁରୀ ପରିସ୍ଥିତିରେ ପ୍ରଶାସନ ସହଯୋଗରେ ଲୋକଙ୍କ ପାଖରେ ପହଞ୍ଚି ଉଦ୍ଧାର ଓ ସମାଜ କଲ୍ୟାଣ କାର୍ଯ୍ୟରେ ସହଯୋଗ କରିବା । ସମାଜସେବୀ ତଥା ବିଷମକଟକ ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ପ୍ରାର୍ଥୀ ବୈଦ୍ୟନାଥ କାଡ୍ରାକାଙ୍କ ମାର୍ଗଦର୍ଶନରେ ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ସର୍ବସମ୍ମତି କ୍ରମେ ବୁଡାଗୁଡ଼ା ପଞ୍ଚାୟତ ପାଇଁ ସଭାପତି ଭାବେ ବିଶ୍ଵନାଥ ହିକକା, ସମ୍ପାଦକ ଚକ୍ରଧର ପ୍ରାସ୍କା, କୋଷାଧ୍ୟକ୍ଷ ଗଙ୍ଗାରାଓ ପ୍ରାସ୍କା ଏବଂ ସକ୍ରିୟ ସଦସ୍ୟ ଚିରଞ୍ଜିବି ପ୍ରାଷ୍କା, ଗୋବିନ୍ଦ ହିକକା, ଲାଲୁ କାଣ୍ଟୁ, ଦିଲୁ କାଡ୍ରାକା, ବୈଦରାଜ ହିକକା, ହେମନ୍ତ ହିକକା ଉପସ୍ଥିତ ରହିଥିଲେ ।

yuvodaya
Leave A Reply

Your email address will not be published.