oom

ବରଗଡ ଜିଲ୍ଲା ଅଖିଳ ଭାରତୀୟ ଗୋଣ୍ତୱାନା ଗୋଣ୍ତ ମହାସଭା ଆୟୋଜନ ସମିତିର ଏକ ବୈଠକ ଅନୁଷ୍ଠିତ

jsmm

ବରଗଡ, (ନିରୋଜ କୁମାର ପାଣୀ) : ଆଜି ଦିନ ୧୦ ଘଣ୍ଟା ସମୟରେ ବରଗଡ଼ ଜିଲ୍ଲା ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ଆୟୋଜନ ସମିତିର ଏକ ବୈଠକ କୁଣ୍ଡାଖାଇଠାରେ ଜିଲ୍ଲା ସଭାପତି ଭାଗିରଥି ସିଂହଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା । ସର୍ବ ପ୍ରଥମେ ଶ୍ରୀ ଶ୍ରୀ ବୁଢା ଦେଓଙ୍କ ପୂଜା ବିଷ୍ଣୁ ଧରୁଆଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା । ଏଥିରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭାର ମହାସଚିବ ଧନେଶ୍ଵର ସିଂହ, ଜିଲ୍ଲା କୋଷାଧ୍ୟକ୍ଷ ଚୂଡାମଣି ରାଏ, ଉପ ସଭାପତି ଚୈତୁ ସିଂ ଦାଉ, ଅହଲ୍ୟା ଭୋଇ, ସୁରେନ୍ଦ୍ର ଧରୁଆ, ସରୋଜ ଧରୁଆ, ରଘୁନନ୍ଦନ ଦେଓ, ଶତୃଘ୍ନ ଧରୁଆ, ଜିଲ୍ଲା ମହିଳା ସଭାନେତ୍ରୀ ଶ୍ରୀମତୀ ଜାଜ୍ଞ ସେନୀ ଭୋଇ, ମହାସଚିବ ଶ୍ରୀମତୀ ଆଲ୍ଲାଦିନୀ ଧରୁଆ, ଲକ୍ଷ୍ମୀ ସିଦାର୍, ଚିତ୍ତ ରଞ୍ଜନ ପର୍ରେ, ରମେଶ ଜଗତ୍ ଜିଲ୍ଲାର ସମସ୍ତ ବ୍ଲକ ସଭାପତି ମହାସଚିବ ଗୁଡି ଆୟୋଜନ ସମିତିର ସଭାପତି ମହାସଚିବ ଉପସ୍ଥିତ ଥିଲେ । ଏଥିରେ ଆସନ୍ତା ଜୁନ୍ ୨୪ରେ ହେବାକୁ ଥିବା ବୀରାଙ୍ଗନା ରାଣୀ ଦୁର୍ଗାବତୀଙ୍କ ୪୫୮ତମ ବଳିଦାନ ଦିବସ ଜିଲ୍ଳାସ୍ତରରୁ ପାଳନ କରିବା ପାଇଁ ପ୍ରସ୍ତୁତି ହୋଇଥିଲା ।

jittmm
Leave A Reply

Your email address will not be published.