pakka

ନରସିଂହପୁରରେ ରାସ୍ତା କଡ ଗଛରେ ଧକ୍କା ଦେଲା ବାଇକ : ୨ ଜଣ ଗୁରୁତର ଅବସ୍ଥାରେ ବଲାଙ୍ଗିର ମେଡିକାଲରେ ଭର୍ତ୍ତି

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକର ନରସିଂହପୁରରେ ଏକ ବାଇକ ରାସ୍ତା କଡରେ ଥିବା ଗଛରେ ଧକ୍କା ହେବାରୁ ଦୁଇଜଣ ବାଇକ ଆରୋହୀ ଗୁରୁତର ଅବସ୍ଥାରେ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଗୁରୁତର ବାଇକ ଆରେହୀ ଦ୍ୱୟଙ୍କ ମଧ୍ୟରୁ ଜଣେ ବଲାଙ୍ଗିର ସହରର ଚିମିନିଭାଟି ପଡାର ଶ୍ରୀତମ ତାଣ୍ଡି(୧୭) ହୋଇଥିବା ବେଳେ ଅନ୍ୟ ଜଣେ ଜରାସିଂହା ଅଂଚଳର ଶୁଭମ ପଟ୍ଟନାୟକ(୧୫) ବୋଲି ଜଣାପଡିଛି । ସୂଚନା ଅନୁସାରେ ଶ୍ରୀତମ ଏବଂ ଶୁଭମ ଏକ ବାଇକ ଯୋଗେ ତୁଷୁରା ଅଭିମୁଖେ ବାହାରିଥିବା ବେଳେ ସଇଁନ୍ତଲା ବ୍ଲକ ନରସିଂହପୁରରେ ବାଇକ ଟି ଭାରସାମ୍ୟ ହରାଇ ରାସ୍ତା କଡ ଗଛରେ ଧକ୍କା ହୋଇଥିଲା । ଫଳରେ ଗୁରୁତର ବାଇକ ଆରୋହୀ ଦ୍ୱୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବଲାଙ୍ଗିର ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡିିଛି ।

jay balangir
Leave A Reply

Your email address will not be published.

twenty − 9 =