csstore

୪ ବାରହା ଶିକାରୀ ଗିରଫ

ତେଲକୋଇ : କେନ୍ଦୁଝର ବନଖଣ୍ଡ ଅଧିନ ତେଲକୋଇ ରେଞ୍ଜ ତାଳପଦା ଫରେଷ୍ଟ ବିଟର କଳାପାଟ ସଂରକ୍ଷିତ ଜଙ୍ଗଲରେ ବିଳମ୍ବିତ ରାତିରେ ବିଦ୍ୟୁତ ତାର ବିଛାଇ ବାରହା ଶିକାର କରିବା ବେଳେ ଗିରଫ କଲା ବନ ବିଭାଗ ।ସୂଚନାନୁଯାୟୀ, ରଜପର୍ବ ଥିବାରୁ ବନ୍ୟଜନ୍ତୁ ଶିକାର ପାଇଁ ଶିକାରୀମାନେ ସଜବାଜ ହେଉଥିବା ଖବର ପାଇ ବନବିଭାଗ ପକ୍ଷରୁ ବିଳମ୍ବିତ ରାତିରେ ଚଢାଉ କରାଯାଇଥିଲା । ଏହି ସମୟରେ କଳାପାଟ ସଂରକ୍ଷିତ ଜଙ୍ଗଲର ହାତୀମୁଣ୍ଡା ଠାରେ ଶିକାରୀମାନେ ବିଦ୍ୟୁତ ତାରରେ ହୁକ ପକାଇ ବାରହା ଶିକାର ପାଇଁ ଯୋଜନା କରୁଥିବା ବେଳେ ବନବିଭାଗର ଗୋଟିଏ ଟିମ୍ ମାଡ଼ି ବସିଥିଲା । ଫଳରେ ୪ ଜଣ ଶିକାରୀ ଗିରଫ ହୋଇଛନ୍ତି । ସେମାନଙ୍କ ନିକଟରୁ ଦୁଇଟି ଟାଙ୍ଗିଆ, ଶିକାର ପାଇଁ ବ୍ୟବହୃତ ଜିଆଇ ତାର ଜବତ ହୋଇଛି । ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

jayashree
Leave A Reply

Your email address will not be published.