oom

କରାଟେ ଓ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : କରାଟେ ସ୍କୁଲ ଆନୁକୂଲ୍ୟରେ ୮ ଦିନ ଧରି ସେଞ୍ଚୁରିଆନ ପବ୍ଲିକ ସ୍କୁଲଠାରେ କରାଟେ, ଆତ୍ମରକ୍ଷା, ଯୋଗ ଓ ଅସ୍ତ୍ର ଚାଳନା ପ୍ରଶିକ୍ଷଣ ଶିବିରର ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମଠାରେ ଉଦ୍‌ଯାପିତ ହୋଇଯାଇଛି । ଏହି ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ପୌରପାଳିକା ଅଧ୍ୟକ୍ଷା ଶ୍ରୀମତି ଲିକା ସାହୁ, ସମ୍ମାନିତ ଅତିଥି ଭାବରେ ଅବସରପ୍ରାପ୍ତ ଜିଲ୍ଲା କ୍ରୀଡ଼ାଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେ଼ଇ ଓ ବଲାଙ୍ଗିର କରାଟେ ସ୍କୁଲର ସଭାପତି ସଚିନ ବାଗ ୟାଦବ ମଞ୍ଚାସୀନ ହୋଇଥିଲେ । ଏହି ଉତ୍ସବରେ ଅତିଥିମାନଙ୍କୁ ସମ୍ମାନିତ କରାଯାଇଥିବା ବେଳେ ବଲାଙ୍ଗିର ଜିଲ୍ଲାରୁ ୨ଜଣ କରାଟେକା ଓଡ଼ିଶା ପ୍ରତିନିଧିତ୍ୱ କରି (୨ୟ) ପୂର୍ବ ଭାରତ କରାଟେ ଚାମ୍ପିଆସିପ ଭୁବନେଶ୍ୱରଠାରେ ତମନ୍ନା ମେହେର (୩୦ କେଜି) କୁମିତରେ ସ୍ୱର୍ଣ୍ଣ, ମୋନାଲିସା ବାରିକ (୪୫ କେଜି) ସବଜୁନିଅର ବର୍ଗରେ କୁମିତିରେ ସ୍ୱର୍ଣ୍ଣ ଓ ମୁରଳି ମହାକୁର ସର୍ବଭାରତୀୟ ୫ତମ ଏସ୍‌ସିକେଏଓ ଓପନ୍‌ ଷ୍ଟେଟ୍‌ କରାଟେ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଥିବା କରାଟେକାମାନଙ୍କୁ ସମ୍ମାନିତ କରାଯାଇଥିଲା । ଉତ୍ସବରେ ପ୍ରଶିକ୍ଷଣ ଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀ ମାନେ କରାଟେ, ଯୋଗ, ଆତ୍ମ ସୁରକ୍ଷା କୌଶଳ ଅତିଥି ଓ ଅଭିଭାବକମାନଙ୍କ ସମ୍ମୁଖରେ ପ୍ରଦର୍ଶନ କରିଥିଲେ । ଉତ୍ସବରେ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର କରାଟେ ସ୍କୁଲର ତଥା ବଲାଙ୍ଗିର ଜିଲ୍ଲା କରାଟେ ସଂଘ ସମ୍ପାଦକ ହୃଦୟ ଶବର ମଞ୍ଚ ପରିଚାଲନା କରିଥିଲେ । ଚନ୍ଦ୍ରଶେଖର ସେଠ, ଅମିତ ମଚ୍ଛଖଣ୍ଡ, ନୀଳାଞ୍ଚଳ ନାହାକ, ମନଗୋବିନ୍ଦ ମେହେର, ରେଖା ମନହିରା ଓ ବିଜୟା କୁମାରି ନାହକ ସହଯୋଗ କରିଥିଲେ । ଶେଷରେ ବଦ୍ରିନାରାୟଣ ହୋତା ଧନ୍ୟବାଦ ଜ୍ଞାପନ କରିଥିଲେ ।

jittmm
Leave A Reply

Your email address will not be published.