ଭାରସାମ୍ୟ ହରାଇ ସ୍କୁଲ ପାଚେରୀକୁ ପିଟିଲା ପିକ୍‌ଅପ୍‌ : ୩ ଗୁରୁତର

ଉତ୍କେଲା : କେସିଙ୍ଗା ଥାନା ବୋରିଆ ପଞ୍ଚାୟତ କେନ୍ଦୁପଡା ଗ୍ରାମର ଦ୍ରୋଣାଚାର୍ୟ୍ୟ ସ୍କୁଲ ପାଚେରୀରେ ଭାରସାମ୍ୟ ହରାଇ ଏକ ପିକ୍‌ଅପ୍‌ ପିଟି ହୋଇଛି । ଭବାନୀପାଟଣାରୁ କେସିଙ୍ଗାପଟକୁ ଆସୁଥିବା ଏହି ପିକ୍‌ଅପ୍‌ରେ ୩ ଜଣ ବସିଥିବା ବେଳେ ସମସ୍ତେ ଗୁରୁତର ହୋଇଛନ୍ତି । ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି । କେସିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.