oom

ପଦ୍ମପୁର ପୋଲିସ ହାତରେ ଡ୍ରଗ୍ସ ବେପାରୀ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଓଡିଶା ଛତିଶଗଡ଼ ସୀମାବର୍ତ୍ତୀ ଅଞ୍ଚଳ ହୋଇଥିବା ବେଳେ ପ୍ରାୟ ସମୟରେ ପଡୋଶୀ ଛତିଶଗଡ଼ରୁ ବିଭିନ୍ନ ପ୍ରକାରର ନିଶା ସାମଗ୍ରୀ ଏହି ଅଞ୍ଚଳକୁ ଚୋରାଚାଳାଣ ହୋଇଥାଏ । ଏନେଇ ପ୍ରଶାସନ ଓ ପୋଲିସ ବହୁ ସମୟରେ ଖବର ପାଇ ବହୁ ନିଶାଦ୍ରବ୍ୟ ଜବତ ମଧ୍ୟ କରିଛନ୍ତି ହେଲେ ଅଞ୍ଚଳରେ ନିଶା କାରବାର ତଥା ନିଶାଶକ୍ତଙ୍କ ଚୋରି, ଦୃତ ବାଇକ ଚାଲାଣ ଆଦି ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି । ଏନେଇ ବାରମ୍ବାର ଅଭିଯୋଗ ପରେ ବର୍ତ୍ତମାନ ଆକ୍ସନ ମୋଡ଼କୁ ଆସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ପଦ୍ମପୁର ପୋଲିସ । ଏନେଇ ଆଜି ପୋଲିସ ସୋହେଲା ଓ ପଦ୍ମପୁର ଅଞ୍ଚଳରେ ଡ୍ରଗ୍ସର କାରବାର ହେଉଥିବା ମଧ୍ୟ ପ୍ରକାଶ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଥିବା ମଧ୍ୟ ଏକ ପ୍ରେସ୍‌ ମିଟ୍‌ରେ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ସୂଚନା ଦେଇଥିବା ବେଳେ ଉକ୍ତ ଦୁଇ ଜଣଙ୍କଠାରୁ ୦.୩୯୦ ମିଳିଗ୍ରାମ ହେରାଇନ ସହ ଏକ ବୁଲେଟ ଦୁଇଟି ମୋବାଇଲ ଓ ପ୍ରାୟ ୩ ଲକ୍ଷ ୪୮ ହଜାର ଟଙ୍କା ଜବତ କରିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ପଦ୍ମପୁର ଥାନା କେସ୍‌ ନମ୍ବର ୧୪୧ ଅନୁଯାୟୀ ୟୁ.ଏସ. ୨୧(ଏ) ଏନ୍‌ଡିପିଏସ୍‌ ଧାରା ୨୯(ବି) ଅନୁଯାୟୀ ଏକ ମାମଲା ରୁଜ୍ଜୁ କରାଯିବ ସହିତ କେସରେ ଆହୁରି ଗଭୀର ବିଷୟରେ ତଦନ୍ତ ଜାରି ରହିଛି ।

jittmm
Leave A Reply

Your email address will not be published.