pakka

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

bbehera

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଂଜାମ ବ୍ଲକ ଭାରତୀ ବିଦ୍ୟାପୀଠ ଷ୍ଟାଡିଅମ ଠାରେ ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ସୌଜନ୍ୟରେ ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ ଶିବିରରେ ସହାୟତା, ଚିହ୍ନଟିକରଣ ଏବଂ ବିତରଣ କାର୍ଯ୍ୟକ୍ରମରେ ଆୟୋଜନ ହୋଇଥିଲା, ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ସଭାପତିତ୍ୱରେ ଏହି ସଭାରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଭିନ୍ନକ୍ଷମମାନେ ନିଜ ମନକୁ ସୁଦୃଢ କରିବା ସହ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଶାରୀରିକ ବାଧିତ ଶ୍ରବଣ, ଦୃଷ୍ଟିହୀନ, ମୁଖ ବାଧିତ, ମାନସିକ ଅନଗ୍ରସରମାନଙ୍କୁ ପରାମର୍ଶ ଦେଇଥିଲେ । ତହସିଲଦାର ଅରୁଣ କୁମାର ନାୟକ ଉପସ୍ଥିତ ରହିଥିଲେ, ବିଡ଼ିଓ ବିଶ୍ୱଜିତ ରାୟଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ୨୩ ହୁଇଲ୍‌ ଚେୟାର ଓ ୫୮ ଟି ଟ୍ରାଇ ସାଇକେଲ ଭିନ୍ନକ୍ଷମମାନଙ୍କୁ ବଣ୍ଟନ କରାଯାଇଥିଲା । ଜିଲ୍ଲାପରିଷଦ ସଭ୍ୟ ସନାତନ ବେହେରା, ବ୍ଲକ ଉପାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପାହାନ, ପୂର୍ବତନ ଉପାଧ୍ୟକ୍ଷ ଭାଗିରଥି ରେଡି, ସରପଞ୍ଚ ରବୀନ୍ଦ୍ରନାଥ ବେହେରା, ସମିତିସଭ୍ୟା ଗୀତାଞ୍ଜଳି ବେହେରା, କାଉନସିଲର ପି.ମୋହନ ରାଓ, ଡି ଜି ଏମ୍ ରବିନ୍ଦ୍ର କୁମାର ମହାନ୍ତି, ପୂର୍ବତନ କାଉନସିଲର ଡି.କେ ରାଓ ପ୍ରମୁଖଙ୍କ ସହ ଅନ୍ୟମାନେ ଯୋଗଦେଇଥିଲେ । ଡାକ୍ତର ସୌମ୍ୟକାନ୍ତ ମହାପାତ୍ର, ସି ଡି ପି ଓ ସଲୀଳା ପ୍ରଧାନ, ସହକାରୀ ଯନ୍ତ୍ରୀ ବଂଶୀଧର ପରିଡା, ଏ ବି ଡି ଓ ଭବାନୀ ଶଙ୍କର ପ୍ରଧାନ, ଜି ପି ଓ କୃଷ୍ଣଚନ୍ଦ୍ର ରଥ, ସିନିୟର କ୍ଲର୍କ ପ୍ରଦୀପ କୁମାର ଲାଠି, କାମଧେନୁ ଏନ ଜି ଓ ସମ୍ପାଦକ ଟୁନା ମହାରଣା, ଶିକ୍ଷକ ନିରଞ୍ଜନ ମହାପାତ୍ର ପ୍ରମୁଖଙ୍କ ସହ ଅଙ୍ଗନୱାଡି କର୍ମି, ବିଭିନ୍ନ ବିଭାଗୀୟ ଅଧିକାରୀ, ବ୍ଲକ କର୍ମଚାରୀ,ଏନ ସି ସି ଟିମ୍‌, ପ୍ରମୁଖ କାର୍ଯ୍ୟକ୍ରମ ସୁପରିଚାଳନାରେ ସହଯୋଗ କରିଥିଲେ । ଗଞ୍ଜାମ ବ୍ଲକ ଓ ଏନ୍‌ ଏ ସିର ବିଭିନ୍ନ ପଞ୍ଚାୟତ ଓ ବିଭିନ୍ନ ୱାର୍ଡର ଭିନ୍ନକ୍ଷମମାନେ ଯୋଗଦେଇଥିଲେ ।

jay balangir
Leave A Reply

Your email address will not be published.

four × two =