jsm

ବଲାଙ୍ଗିରରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ବୈଠକ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ବଲାଙ୍ଗିର ଜିଲ୍ଲାରେ ଶିଶୁ ଶ୍ରମିକ ନିରାକରଣ ସଂପର୍କିତ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ବୈଠକରେ ପିଡ଼ି ଡିଆର୍‌ଡ଼ିଏ ସୁଶାନ୍ତ କୁମାର ସିଂ, ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଯୋଗେଶ୍ୱର ମହାନ୍ତି, ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବଚରଣ ବେହେରା, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସନ୍ଥଲାଲ ଦୀପ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବକୃଷ୍ଣ ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ, ଉପ-ଆରକ୍ଷୀ ଅଧିକ୍ଷକ ଲକ୍ଷ୍ମୀନାରାୟଣ ମାରାଣ୍ଡିଙ୍କ ସମେତ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ସଖୀ ୱାନ୍‌ ଗୃପ୍‌ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ବୈଠକ ପ୍ରାରମ୍ଭରେ ଜିଲ୍ଲା ଶ୍ରମ ଅଧିକାରୀ ସୁକାନ୍ତ କୁମାର ସେଠୀ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ଶ୍ରମ ଆଇନ ୧୯୮୬ ଅନୁସାରେ ୧୪ ବର୍ଷ ପୂର୍ଣ୍ଣ କରି ନଥିବା ଶିଶୁଙ୍କୁ କୌଣସି ପ୍ରକାରର ବୃତ୍ତି ଏବଂ ପ୍ରକ୍ରିୟାରେ ତଥା ୧୫ ବର୍ଷରୁ ୧୮ ବର୍ଷ ବୟସର କିଶୋରଙ୍କୁ କୌଣସି ବିପଦ ସଂକୁଳ ବୃତ୍ତି ଏବଂ ପ୍ରକ୍ରିୟାରେ ନିୟୋଜନ କରିବା ଏକ ଧତ୍ତର୍ବ୍ୟ ଅପରାଧ ଅଟେ ଏବଂ ଏ ସଂପର୍କରେ ଶ୍ରମ ଆଇନରେ ଥିବା ବିଭିନ୍ନ ପ୍ରାବଧାନ ତଥା ଦଣ୍ଡବିଧାନ ସଂପର୍କରେ ଅବଗତ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲାଗୁରୀ ଏ ସଂପର୍କରେ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିବା ସହ ଜିଲ୍ଲା ଶ୍ରମ ବିଭାଗ ଏହି ଆଇନର ସଠିକ୍‌ କାର୍ଯ୍ୟକାରିତା ଉପରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ବୈଠକରେ ଶିଶୁ ଶ୍ରମିକ ନିରାକରଣ ଓ ସେମାନଙ୍କ ଥଇଥାନ ସଂପର୍କ ବିଭିନ୍ନ ଦିଗ ଉପରେ ସବିଶେଷ ଆଲୋଚନା ହୋଇଥିଲା । ଏହି ବୈଠକରେ ସରକାରୀ ଶ୍ରମ ଅଧିକାରୀ ପାନାମଣି ସୋରେନ, ଜିଲ୍ଲା ଶ୍ରମ ନିରୀକ୍ଷକ ଅଶୋକ କୁମାର ଡୁଙ୍ଗ୍‌ଡୁଙ୍ଗ, ନିରଂଜନ ଭୂୟାଁ, ପ୍ରଶାନ୍ତ କୁମାର ସୁନା ପ୍ରମୁଖ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.