oom

ନିଷାନ୍ ସାହିତ୍ୟ ସଂସଦର କବିତା ଆସର

jsmm

ତୁଷୁରା, (କେପିଏନ୍‌ଏସ୍‌) : ଫେସବୁକ୍ କଲାପଟା, ତୁଷୁରା ଆନୁକୂଲ୍ୟରେ ବୁଧବାର ଅପରାହ୍ନ ୫ଟା ସମୟରେ ଖର୍ଡାଠାରେ ସଂପାଦକ ଆଶୁକବି ହେମନ୍ତ ଦାଶଙ୍କ ଅଧ୍ୟକ୍ଷତାରେ କବିତା ଆସର ଅନୁଷ୍ଠିତ ହୋଇଥିଲା । ବରିଷ୍ଠ କବି ବରୁଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଧନେଶ୍ୱର ଥନାପତି ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ କବି ପୂର୍ଣ୍ଣଚନ୍ଦ୍ର ମେହେର ଓ ଚୁଟୁ ନାଗ ଯୋଗ ଦେଇଥିଲେ । ଏହି ଅବସରରେ କବି ଦେବେନ୍ଦ୍ର ଭୋଇ ଓ କବି ସନ୍ତୋଷ କୁମାର ବେହେରାଙ୍କ ଜନ୍ମଦିନ ପାଳନ କରାଯାଇଥିଲା । ଅନୁଷ୍ଠାନ ତରଫରୁ ଉଭୟ କବିଙ୍କୁ ଉପହାର ପ୍ରଦାନ କରାଯାଇଥିଲା । କବି ପ୍ରଦୀପ ତ୍ରିପାଠୀଙ୍କ ସଂଯୋଜନା କବିତା ପାଠ ଅନୁଷ୍ଠିତ ହୋଇଥିଲା । କବୟିତ୍ରୀ ବବିତା ନାୟକ, ହୀରାବତୀ ସାହୁ, କନକଲତା ପଣ୍ଡା ତଥା କବି ନେପାଳ ଘିଭେଲା, ଲିପୁନ୍ ସାହୁ, ଭକ୍ତବନ୍ଧୁ ସାହୁ, ସନ୍ତୋଷ କୁମାର ବେହେରା, ଅବନୀ ସାହୁ, ପ୍ରହଲ୍ଲାଦ ଦଣ୍ଡସେନା, ଦେବେନ୍ଦ୍ର ଭୋଇ, ଚୁଟୁ ନାଗ, ବରୁଣ ସାହୁ, ପୂର୍ଣ୍ଣଚନ୍ଦ୍ର ମେହେର, ଆଶୁକବି ହେମନ୍ତ ଦାଶ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ଯୁଗଳ କିଶୋର ସାହୁ ଓ କ୍ଷୀରେଶ୍ୱର ଦଳବେହେରା ସହଯୋଗ କରିଥିଲେ । କବି ଭକ୍ତବନ୍ଧୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.