csstore

ସତ୍ୟସାଇ ସେବା ସଂଗଠନ ତରଫରୁ ଅମୃତ ବିନ୍ଦୁ କାର୍ଯ୍ୟକ୍ରମ

ମ.ରାମପୁର, (ହେମନ୍ତ ସାହୁ) : ସତ୍ୟସାଇ ସେବା ସଂଗଠନ ତରଫରୁ ଆଜି ମ.ରାମପୁର ସତ୍ୟସାଇ ସେବା ସମିତିଠାରେ ଅମୃତ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସତ୍ୟସାଇ ସେବା ସଂଗଠର କଳାହାଣ୍ଡି ଜିଲ୍ଲା ସଭାପତି ବେଣୁଧର କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ରକ୍ତ ଦାନ ଶିବିରରେ ରକ୍ତ ସଂଗ୍ରହ ଜିଲ୍ଲା ମୁଖ୍ୟ (ସତ୍ୟସାଇ ସେବା ସଂଗଠନ) ରଣଜିତ୍ ବେଶ୍ରା, ଡାକ୍ତର ଜୟନ୍ତୀ ବାଳା ନାୟକ ଯୋଗଦେଇ ଥିଲେ । ମ.ରାମପୁର ସମିତିର ଆବାହକ ହୃଦାନନ୍ଦ ସାହୁଙ୍କ ତତ୍ତ୍ଵାବଧାନରେ ବରିଷ୍ଠ ସଦସ୍ୟ ଉଦୟ ନାୟକ, ନନ୍ଦ କିଶୋର ସାହୁ, ଥୟକର ସାହୁ, ସୁରେଶ ବାଗ, କିଶନ ଲାଲ୍ ସାହୁ, ହୃଷୀକେଶ ସାହୁ, ତ୍ରିନାଥ ସାହୁଙ୍କ ସମେତ ରକ୍ତ ଭଣ୍ଡାର, କଳାହାଣ୍ଡି ଜିଲ୍ଲା କର୍ମଚାରୀ ବୃକୋଦର ଚନ୍ଦନ, କୃଷ୍ଣ ଚନ୍ଦ୍ର ସାହୁଙ୍କ ସମେତ ଅଂଲାପାଲି, ଯୋରା ଡୋବରା, ଘୋଡ଼ା ବନ୍ଧ, ପିପଲ୍ ପଦର୍ ଭଜନ ମଣ୍ଡଳୀର ଭାଇମାନେ ସହଯୋଗ କରିଥିଲେ । ସମୁଦାୟ ୧୬ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ଏବଂ ରକ୍ତ ଦାତାମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।

jayashree
Leave A Reply

Your email address will not be published.