ppurohit

କପିଲାଭଟା ୟୁପି ସ୍କୁଲର ବାର୍ଷିକ ଉତ୍ସବ

2nd

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାଧୁରାମ ବିଶିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କପିଲାଭଟା ପଞ୍ଚାୟତ ସରପଞ୍ଚ ତୁଳସେ ଭୋଇ, ସମ୍ମାନୀୟ ଅତିଥି ଭାବେ ଅସୁର୍ଲା କ୍ଳଷ୍ଟରର ସଂଯୋଜକ ହରପ୍ରସାଦ ମାଝୀ, ଯୁବ ସାମ୍ବାଦିକ ହୁଲେଶ୍ୱର ହଂସ, ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ରିତା ହଂସ, ମଧୁସ୍ମିତା ବାରିକ, ଶଶି ହଂସ, ପ୍ରମିଳା ବିଶି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ବିଦ୍ୟାଳୟକୁ ଆସୁନଥିବା ଛାତ୍ରଛାତ୍ରୀମାନଙ୍କୁ କିପରି ଭାବେ ବିଦ୍ୟାଳୟଭିମୁଖୀ କରିବା, ବିଦ୍ୟାଳୟରେ ଲାଗି ରହିଥିବା ବିଭିନ୍ନ ସମସ୍ୟାର କିପରି ଭାବେ ସମାଧାନ ହେବ ସେ ସମ୍ପର୍କରେ ବିସ୍ତ୍ରୁତ ଭାବରେ ଆଲୋଚନା କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନେକ କଳା ଲୁଚି ରହିଛି, କିପରି ଭାବେ ଲୁକ୍କାୟିତ ପ୍ରତିଭାକୁ ଲୋକ ଲୋଚନକୁ ଅଣାଯାଇପାରିବ ସେ ନେଇ ସେ ନେଇ ଆହ୍ୱାନ ଦେଇଥିଲେ । ଶିକ୍ଷକ ଗଣେଶ୍ୱର ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ନେତ୍ରାନନ୍ଦ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଛାତ୍ରଛାତ୍ରୀ ମାନଙ୍କୁ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏଥିରେ ପରିଚାଳନା କମିଟିର ସଦସ୍ୟ, ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.