oom

ଚକେଶ୍ୱରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିଦ୍ୟାଳୟ ଖରିଦଚକରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା

jsmm

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ନାଚିନ୍ଦା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଖରିଦଚକ ଚକେଶ୍ୱରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିଦ୍ୟାଳୟ ପରିସରରେ ଅବସରକାଳୀନ ସମ୍ଵର୍ଦ୍ଧନା ସଭାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାକାର୍ଯ୍ୟକୁ ସ୍ଥାନୀୟ ସରପଞ୍ଚ ଶିଶିର କୁମାର ରଣା ଉଦ୍‌ଘାଟନ କରିଥିଲେ । ଏହି ସଭାରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଗୌର ଗୋପାଳ ପାତ୍ର ସଭାପତିତ୍ୱ କରିବା ସହ ଶିକ୍ଷାବିତ୍ ହରେକୃଷ୍ଣ ଦାସ ଅଧିକାରୀ ସଭାପରିଚାଳନା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ୩୦ ନଂ ଜୋନ ଜିଲ୍ଲାପରିଷଦ ସଦସ୍ୟ ଗିରିଶ କୁମାର ଦତ୍ତ, ମୁଖ୍ୟବକ୍ତା ଭାବେ ଭୋଗରାଇ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଭଗୀରଥ ଗିରି, ବିଶିଷ୍ଟ ଅତିଥି ଭାବେ ଜଳେଶ୍ୱର ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ସୁଶାନ୍ତ କୁମାର ଜେନା, ସମ୍ମାନିତ ଅତିଥି ଭାବେ ନାଚିନ୍ଦା ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଅଶୋକ କୁମାର ସେଠୀ, କୁଶୁଡ଼ା ଆଞ୍ଚଳିକ ସାଧନକେନ୍ଦ୍ରର ସଂଯୋଜକ ଗୋପାଳ ଚନ୍ଦ୍ର ସେଠୀ, ଦହମୁଣ୍ଡା ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ପବନ କୁମାର ବେହେରା, ସମିତି ସଦସ୍ୟା ମଧୁସ୍ମିତା ପ୍ରଧାନ ପ୍ରମୁଖ ଯୋଗଦେଇ ଚାକିରି ଜୀବନ କାଳରେ ଶିକ୍ଷକ ମାନଙ୍କର ନୈତିକ କର୍ତ୍ତବ୍ୟ ଏବଂ ଛାତ୍ର ଛାତ୍ରୀମାନଙ୍କର ଉଜ୍ଜଳ ଭବିଷ୍ୟତ ଗଠନରେ ଶିକ୍ଷକ ମାନଙ୍କ ଭୂମିକା ସଂପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଅବସର ନେଇଥିବା ଚକେଶ୍ୱରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବରେନ୍ଦ୍ର ନାଥ ଗିରି ଏବଂ ଭୋଗରାଇ ଗୋଷ୍ଠୀ ଶିକ୍ଷାଧିକାରୀ ଭଗୀରଥ ଗିରିଙ୍କୁ ମାନପାତ୍ର ସହ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ଶିକ୍ଷକ ସତ୍ୟବ୍ରତ ଦାସ ଅଧିକାରୀ, ଶିକ୍ଷୟିତ୍ରୀ ଦୀପାଞ୍ଜଳି ଜେନା, କମଳିନୀ ଦାସ ଉପସ୍ଥିତ ଥିଲେ । ଦୟାନିଧି ସାହୁ ଆବାହନୀ ସଂଗୀତ ଗାନ କରିଥିବା ବେଳେ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ମମତା ପାଳ ମାନପତ୍ର ପଠନ କରିଥିଲେ । ଉକ୍ତ ସଭାକାର୍ଯ୍ୟକୁ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଅଶୋକ କୁମାର ଦେ, ଶ୍ରୀପତି ଜେନା, ରଞ୍ଜନ ଦେ, ବରଦା କାନ୍ତ ଦେ , ସରୋଜ କାନ୍ତ ଦାସ ଅଧିକାରୀ , ସଦସ୍ୟା ସୁସ୍ମିତା ପାତ୍ର , ଅଜିତା ଦେ, ସଶ୍ମିତା ଜେନା, ରଞ୍ଜୁଲତା ସେଠୀ, ମମତା ପାତ୍ର, କବିତା ଦାସ ପରିଚାଳନା କରିଥିଲେ । ବିଦ୍ୟାଳୟର ଭାରପ୍ରାକ୍ତ ପ୍ରଧାନଶିକ୍ଷକ ଅଶୋକ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.