ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୋ ସରକାର ସମ୍ପର୍କରେ ସମୀକ୍ଷା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ମୋ ସରକାର ସମ୍ପର୍କରେ ସମୀକ୍ଷା କରି ଅଧିକାରୀମାନଙ୍କୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବାକୁ ପରାମର୍ଶ ଦେଇଛନ୍ତି । ଅର୍ଥ ବିଭାଗ, ପୂର୍ତ୍ତ, ବାଣିଜ୍ୟ ଓ ପରିବହନ ବିଭାଗ ମୋ ସରକାରରେ ସାମିଲ ହୋଇଛନ୍ତି । ଏଥିସହ ସମୁଦାୟ ୩୧ଟି ବିଭାଗ ଏହି ଉପକ୍ରମରେ ସାମିଲ ହୋଇଛନ୍ତି । ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ଏହି ଅଭିଯାନ ଯୋଗୁଁ ସରକାର ଓ ସରକାରୀ ଅନୁଷ୍ଠାନ ପ୍ରତି ଲୋକଙ୍କ ଦୃଷ୍ଟିଭଙ୍ଗୀରେ ବ୍ୟାପକ ପରିବର୍ତ୍ତନ ଘଟିଛି । ଜନସାଧାରଣ ଓ ସରକାର ମଧ୍ୟରେ ଆସ୍ଥା ସ୍ଥାପନ କରିବାରେ ମୋ ସରକାର ସଫଳ ହେଉଛି ଏବଂ ପ୍ରଶାସନିକ ବ୍ୟବସ୍ଥାକୁ ଏକ ନୂଆ ମଡେଲ ଦେଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.