ଗଛମୂଳେ ପାଠପଢା ଘଟଣା, ସମସ୍ୟାର ସାମାଧାନ କେବେ ?

  • ପାଟଣାଗଡ ଉପଜିଲ୍ଲାପାଳ ଦୃଷ୍ଟି ଦେବେ କି ?
  • ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚାରେ ଅଧିକାରୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଦାଦନ ପ୍ରବଣ ଅଚଂଳ ବେଲପଡା ବ୍ଲକରେ ଆଜି ଶିକ୍ଷା ବ୍ୟବସ୍ଥାର ବିକଳ ରୂପ ଦେଖିବାକୁ ମିଳୁଛି । ଛାତ୍ର ଛାତ୍ରୀମାନଙ୍କ ପାଇଁ ସ୍କୁଳ ଗୃହ ଟିଏ ନଥିବାରୁ ଗଛ ମୂଳେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ଦୀର୍ଘ ୫ ବର୍ଷରୁ ଅଧିକ ହେବ ଗଛମୂଳେ ଛାତ୍ରଛାତ୍ରୀ ପାଠ ପଢୁଥିଲେ ବି କୈଣସି ରାଜନେତା କି ପ୍ରସାସନିକ ଅଧିକାରୀଙ୍କ ଦୃଷ୍ଟି ପଡିନି । ଯାହାକୁ ନେଇ ଜନ ସାଧାରଣରେ ଅସନ୍ତୋଷ ବୃଦ୍ଦି ପାଉଛି । ଖରା, ବର୍ଷା, ଶୀତ କାକରରେ ପିଲାମାନେ ଗଛମୂଳେ ପାଠ ପଢୁଥିଲେ ମଧ୍ୟ କାହିଁକି ବାବୁମାନଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନାହିଁ । ଯଦି କୈଣସି ଅଘଟଣ ଘଟେ ଏଥିପାଇଁ କିଏ ଦାଇ ରହିବ ବୋଲି ଲୋକ ମାନେ ଚର୍ଚ୍ଚା କରୁଛନ୍ତି ।ସମସ୍ୟାର ସାମାଧାନ କେବେ ହେବ ବୋଲି ଅନେଇ ବସିଛନ୍ତି ।ଅନ୍ୟପଟେ ପାଟଣାଗଡ ଉପଜିଲ୍ଲାପାଳ ଚାଲିଚାଲି ଯାଇ ଗାଁରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରୁଥୁବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ସାଧାରଣରେ ଅନେକ ଚର୍ଚ୍ଚା ଦେଖିବାରେ ମିଳିଛି । ବାବୁ ଜଣକ ଉକ୍ତ ଗାଁକୁ ପକ୍କାରାସ୍ତା ଥିବା ସତ୍ୱେ କାହିଁକି ନିଜ ଗାଡିରେ ନଯାଇ ଚାଲି ଚାଲି ଗଲେ । ଯଦି ଛାତ୍ରଛାତ୍ରୀଙ୍କ ପାଇଁ ଏତେ ଦରଜ ତେବେ ଯେତେବେଳେ ସ୍କୁଲ ମିଶ୍ରଣ ହେଲା ସେ ସମୟରେ କାହିଁକି ବାବୁ ଜଣକ ପିଲାଙ୍କୁ ଦୃଷ୍ଟିରେ ରଖି ଏହାର ସମାଧାନ କଲେ ନାହିଁ । ସତରେ ଛାତ୍ର ଛାତ୍ରୀଙ୍କ ପାଇଁ ବାବୁଙ୍କ ଏତେ ଚିନ୍ତା ନା ନିଜେ ଖବର କାଗଜରେ ପ୍ରସାରପ୍ରଚାର ହୋଇ ଚର୍ଚ୍ଚାରେ ରହିବାକୁ ଏପରି କରିଛନ୍ତି ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି । ଛାତ୍ରଛାତ୍ରୀଙ୍କ ପାଇଁ ଅଧିକାରୀ ଯଦି ଏତେ ଚିନ୍ତିତ ତେବେ ମଣ୍ଡଲ ଗାଁର ସିଲିଙ୍ଗପଡାରେ ଗଛମୂଲେ ପାଠପଢୁଥିବା ଛାତ୍ରଛାତ୍ରୀଙ୍କ ସମସ୍ୟାର ଉପରେ ଦୃଷ୍ଟିଦେଇ ଏହାର ସାମାଧାନ କରିବେ କି ବୋଲି ସାଧାରଣରେ ଦାବୀ ହେଉଛି । ଏପରିକି ଖବର ପ୍ରସାରଣ ଗଣମାଧ୍ୟମ ପ୍ରତିନିଧି ଉପରେ ଧମକ ଚମକ ହେଉଥିବାରୁ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ଘଟଣା ଉପରେ ଦୃଷ୍ଟିଦେଇ ଏହାର ସାମଧାନ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.