Yearly Archives

2024

ମାଁ ସିମୁଲିଖୁଲିଏନ୍‌ ଯୁବକ ସଂଘ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ସରଗୁଲ ଗ୍ରାମର ମାଁ ସିମୁଲିଖୁଲିଏନ୍‌ ଯୁବକ ସଂଘ ଆନୁକୂଲ୍ୟରେ ସିମୁଲିଖୋଲ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଲଗାତାର ଚାରି ବର୍ଷ ହେବ ବୃକ୍ଷରୋପଣ କାର୍ଯ୍ୟକ୍ରମ ହେଉଛି ।…
Read More...

ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସଂସ୍ଥାନର ହିନ୍ଦୀ ଭାଷଣ ପ୍ରତିଯୋଗିତା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସଂସ୍ଥାନ, ରାଉରକେଲା ଆନୁକୂଲ୍ୟରେ ସେକ୍ଟର ୧୮ ସ୍ଥିତ ଦୀପିକା ଇସ୍ପାତ ଶିକ୍ଷା ସଦନ ଠାରେ ହାଇସ୍କୁଲ ଓ ଯୁକ୍ତ ୨ ସ୍ତରୀୟ ବିଦ୍ୟାର୍ଥୀ ମାନଙ୍କ ପାଇଁ ଏକ ହିନ୍ଦୀ ଭାଷଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ…
Read More...

ବନ ମହୋତ୍ସବ ଉଦ୍‌ଘାଟନ କଲେ ବିଧାୟକ ଦୁର୍ଗା ଚରଣ ତନ୍ତୀ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର -୧୬ରେ ଅବସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ତ୍ରିପ୍ତିମୟୀ ଦ୍ୱିବେଦୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବନ ମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଯୋଗ ଦେଇଥିଲେ । ଶ୍ରୀ ତନ୍ତୀ…
Read More...

ସୁଲେଖିକା କଳ୍ପନା ରଥଙ୍କ ୨ଟି ପୁସ୍ତକ ଲୋକର୍ପିତ

ଭବାନୀପାଟଣା, (କେପିଏନ୍‌ଏସ୍‌) : ଭବାନୀପାଟଣା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ବ୍ରଜବିହାରର ସଭାଗୃହରେ ସୁଲେଖିକା କଳ୍ପନା ରଥଙ୍କ ଦୁଇଟି ପୁସ୍ତକ ଲୋକାର୍ପିତ ହୋଇଯାଇଛି । ଆୟୋଜିତ ଉତ୍ସବରେ କଳାହାଣ୍ଡି ଜିଲ୍ଲାର ଶତାଧିକ ଲେଖକ, କବି ଓ ସଂସ୍କୃତି ସଂପନ୍ନ ବ୍ୟକ୍ତି ଯୋଗ ଦେଇଥିଲେ ।…
Read More...

ନିଖିଳ ଓଡ଼ିଶା ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଶିକ୍ଷକ ଓ କର୍ମଚାରୀ ସଂଘ ସୁନ୍ଦରଗଡ ଶାଖାର କର୍ମୀ ସମ୍ମିଳନୀ ଅନୁଷ୍ଠିତ

ରାଜଗାଙ୍ଗପୁର, (କେପିଏନ୍‌ଏସ୍‌) : ନିଖିଳ ଓଡ଼ିଶା ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ (୪୮୮ ବର୍ଗ) ଶିକ୍ଷକ ଓ କର୍ମଚାରୀ ସଂଘ ସୁନ୍ଦରଗଡ ଶାଖାର ଏକ ବୈଠକ ସରବତୀ ଦେବୀ ମହିଳା ମହାବିଦ୍ୟାଳୟ, ରାଜଗାଙ୍ଗପୁରରେ ଅନୁଷ୍ଠିତ ହୋଇଯାଇଛି । ସଂଘର ଜିଲ୍ଲା ସଭାପତି ସରୋଜ ମିଶ୍ରଙ୍କ ସଭାପତିତ୍ଵରେ…
Read More...

ପାଇକମାଲ ତହସିଲ ଅଫିସ ଛାତରୁ ଗଳୁଛି ପାଣି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ପଞ୍ଚାୟ ସମିତି ଅନ୍ତର୍ଗତ ୨୨ଟି ଗ୍ରାମ ପଞ୍ଚାୟତର ସମସ୍ତ କାର୍ଯ୍ୟାଳୟ ପାଇକମାଲ ସହରରେ ଅବସ୍ଥିତ । ପାଇକମାଲ ଅଞ୍ଚଳର ଲୋକେମାନଙ୍କ ସୁବିଧା ପାଇଁ ସମସ୍ତ ବିଭାଗର କାର୍ଯ୍ୟାଳୟ ମାନ ରହିଛି । ବିଗତ ୫ଟି ସରକାର ଯେଉଁ କୋଠାବାଡି ସରକାରୀ…
Read More...

ତହଁକ୍ ପକ୍ଷରୁ ‘ଆସ ଗଛ୍ ଜଗାମା’ କବିତା କାର୍ଯ୍ୟକ୍ରମ

ଚନ୍ଦନଭାଟୀ, (ରାଜେଶ ଦଣ୍ଡସେନା) : ଗଛ ହିଁ ଜୀବନ ଗଛ ସଂଖ୍ୟା ଦିନକୁ ଦିନ କମିଯିବାରୁ ନାହିଁ ନଥିବା ଗ୍ରୀଷ୍ମତାପ ସହିବାକୁ ପଡୁଛି । ନିଜ ପାଇଁ ଗଛଟିଏ ଲଗାଇ ତାର ଯତ୍ନ ନେବା ଆମ ପାଇଁ ନିତାନ୍ତ ଆବଶ୍ୟକ ବୋଲି ଆଜି ଚନ୍ଦନଭାଟୀ ଉଚ୍ଚ ବିଦ୍ୟାଳୟ ପରିସରରେ ତହଁକ୍ କୁଟୁମ୍ ପକ୍ଷରୁ ହୋଇଥିବା ଆସ…
Read More...

ମରଣଜନ୍ତା ପାଲଟିଛି ପାଇକମାଲ ନରସିଂପଡ଼ାର ରାସ୍ତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ପଞ୍ଚାୟତର ପ୍ରତ୍ୟେକ ଗଳିକନ୍ଦିରେ ଯାଇଥିବା ରାସ୍ତାର ଅବସ୍ଥା ପ୍ରଶାସନିକ ଅବହେଳା ଯୋଗୁଁ ଅତ୍ୟନ୍ତ ଦୁରବସ୍ଥାରେ ରହିଛି । ବର୍ତ୍ତମାନ, ପାଇକମାଲ ନରସିଂହପଡାରୁ ବାଲୋକୋପଡା ପର୍ଯ୍ୟନ୍ତର ୧.୫ କି.ମି ରାସ୍ତାର ଅବସ୍ଥା ଏହି ଅବହେଳାର ପରିଣାମରୁ…
Read More...

କଣ୍ଟାବାଞ୍ଜିର ବିଧାୟକ ଡାକ୍ତରଖାନା ବୁଲି ରୋଗୀଙ୍କ ସହ ସୁବିଧା ଅସୁବିଧା ବୁଝିଲେ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ରବିବାର ଦିନ କଣ୍ଟାବାଞ୍ଜି ସରକାରୀ ଡାକ୍ତର ଖାନାକୁ ଯାଇ ରୋଗୀଙ୍କ ସୁବିଧା ଅସୁବିଧା ବୁଝିଛନ୍ତି । ଡାକ୍ତରଖାନାରେ ଡାଇରିଆ ରୋଗରେ ଆକ୍ରାନ୍ତ ଥିବା ରୋଗୀମାନେ ଉଚିତ୍‌ ସେବା ପାଉଛନ୍ତି କି ନାହିଁ ତାହା ରୋଗୀ…
Read More...

ଲାଠୋର ଭୋଗ କମିଟି ତରଫରୁ ସାତଦିନ ପର୍ଯ୍ୟନ୍ତ ଅନ୍ନପ୍ରସାଦ ବଣ୍ଟନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ସଦର ଲାଠୋର ଠାରେ ଅନ୍ନପ୍ରସାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୁଣ୍ଡିଚା ଯାତ୍ରା ଠାରୁ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସାଧାରଣ ଲୋକଙ୍କ ପାଇଁ ଅନ୍ନପ୍ରସାଦ ଭୋଗ କମିଟି ପକ୍ଷରୁ ଅନ୍ନପ୍ରସାଦ ସେବନ…
Read More...