csstore

ତହଁକ୍ ପକ୍ଷରୁ ‘ଆସ ଗଛ୍ ଜଗାମା’ କବିତା କାର୍ଯ୍ୟକ୍ରମ

ଚନ୍ଦନଭାଟୀ, (ରାଜେଶ ଦଣ୍ଡସେନା) : ଗଛ ହିଁ ଜୀବନ ଗଛ ସଂଖ୍ୟା ଦିନକୁ ଦିନ କମିଯିବାରୁ ନାହିଁ ନଥିବା ଗ୍ରୀଷ୍ମତାପ ସହିବାକୁ ପଡୁଛି । ନିଜ ପାଇଁ ଗଛଟିଏ ଲଗାଇ ତାର ଯତ୍ନ ନେବା ଆମ ପାଇଁ ନିତାନ୍ତ ଆବଶ୍ୟକ ବୋଲି ଆଜି ଚନ୍ଦନଭାଟୀ ଉଚ୍ଚ ବିଦ୍ୟାଳୟ ପରିସରରେ ତହଁକ୍ କୁଟୁମ୍ ପକ୍ଷରୁ ହୋଇଥିବା ଆସ ଗଛ୍ ଜଗାମା ଭିତ୍ତିକ ଏକ କବିତା ଆସରରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । କବି ନିରଞ୍ଜନ ପଣ୍ଡାଙ୍କ ସଭାପତିତ୍ୱରେ ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ସ୍କୁଲ ପ୍ରଧାନ ଶିକ୍ଷକ ରଞ୍ଜନ ପଧାନ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ନେପାଲ ବାଗ ଏବଂ ସମ୍ମାନିତ ଅତିଥି ଭାବେ ଦିଗାମ୍ବର ନାଏକ, ଦେବେନ୍ଦ୍ର ନାଏକ, ଜଗବନ୍ଧୁ ପଟେଲ ଯୋଗଦେଇଥିଲେ । ଦ୍ଵିତୀୟ ପର୍ଯ୍ୟାୟ କବିତା ଆସରରେ ବାସନ୍ତୀ ମଞ୍ଜରୀ ହନୁମାନଙ୍କ ସଭାପତିତ୍ୱରେ ଅଶୋକ ଖମାରୀ, ଉମାକାନ୍ତ ପାଣିଗ୍ରାହୀ, ସିଦ୍ଧେଶ୍ଵର ମିଶ୍ର ଯୋଗ ଦେଇଥିଲେ । ଜ୍ୟୋତିରାଣୀ ମିଶ୍ର ଏବଂ କବିତା ମିଶ୍ରଙ୍କ ସଂଯୋଜନାରେ ପ୍ରାୟ ୪୦ରୁ ଅଧିକ କବି ପ୍ରକୁତି ପରିବେଶ ଉପରେ କବିତା ପାଠ କରିଥିଲେ । ସମ୍ପାଦକ ରାଜେଶ ଦଣ୍ଡସେନା ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିବାବେଳେ ଦିଲ୍ଲୀପ କୁମାର ମିଶ୍ର ସଭା ପରିଚାଳନା କରିଥିଲେ । ରାଜୀବ ଭୋଇ, ପୁଷ୍ପାଞ୍ଜଳି ମେହେର, ମିଲନ ପଣ୍ଡା, ସୁଦେଷ୍ନା ମିଶ୍ର, ଗରିବ ମଲ୍ଲିକ, ଘନଶ୍ୟାମ ମେହେର, ନିକିତା ସା, ସାଲିନି ସା, ଗୋବର୍ଦ୍ଧନ ଭୋଇ, ଦୁଖିଶ୍ୟାମ ଦିଖିତ, ମନୋରଞ୍ଜନ ସା, ରୋଶନ ସାହୁ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ କବି ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.